ଗ୍ରୀଷ୍ଣ ଲହରୀ ପାଇଁ ବଦଳିଲା ସ୍କୁଲ ପାଠପଢା ସମୟ, କେଉଁ ସ୍କୁଲ କେଉଁ ସମୟରେ ଖୋଲିବ ନଜର ପକାନ୍ତୁ

କେନ୍ୟୁଜ୍(ବ୍ୟୁରୋ):  ଗ୍ରୀଷ୍ଣ ଲହରୀ ପାଇଁ ବଦଳିଲା ସ୍କୁଲ ପାଠପଢା ସମୟ। ନବମ ଓ ଏକାଦଶ ଶ୍ରେଣୀ ପାଇଁ ସକାଳ ୭ଟାରୁ ୯ଟା ପର୍ଯ୍ୟନ୍ତ ହେବ ପାଠପଢା ପାଠପଢା ପୂର୍ବରୁ ସାଢ଼େ ୮ରୁ ୧୦ଟା ସମୟ ଥିଲା ।  ସେହିପରି ଦଶମ ଓ ଦ୍ୱାଦଶ ପାଇଁ ସକାଳ ୯ଟାରୁ ଦିନ ଗୋଟାଏ ଯାଏଁ ପାଠପଢା ହେବ । ପୂର୍ବରୁ ଥିଲା ସକାଳ ୧୧ଟାରୁ ଅପରାହ୍ନ ୪ଟା ।

ଗତ ଦୁଇ ଦିନ ହେବ ରାଜ୍ୟରେ ଗ୍ରୀଷ୍ଣର ପ୍ରକୋପ ବଢିବାରେ ଲାଗିଛି। ଆଗାମୀ  ଦିନରେ ତାପମାତ୍ରା ବଢିବାର ସମ୍ଭାବନା ଥିବାରୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.