Below header

ସାଉଦି ଆରବରେ ଭୀଷଣ ବରଫପାତରେ ଦବି ଗଲେ ଓଟ, ଚେତାବନୀ ଦେଲା ମୌସମ ବିଭାଗ

ନୂଆଦିଲ୍ଲୀ : ଯେଉଁଆଡେ ଚାହିଁଲେ ଖାଲି ବରଫ ଓ ବରଫ । ଦୀର୍ଘ ୫୦ ବର୍ଷ ମଧ୍ୟରେ ଏମିତି ବରଫ ପାତ କେବେ ହାଇନାହିଁ ସାଉଦି ଆରବରେ । ଏ ବର୍ଷର ବରଫପାତ ଦେଶର ସବୁ ରେକର୍ଡକୁ ଭାଙ୍ଗିଛି । ଯେଉଁଠି ଖାଲି ବାଲି ଓ ବାଲି ଦେଖାଯାଉଥିଲା ସେଠାରେ ବରଫ ବବରଫ । ବରଫ ତଳେ ବହୁ ଓଟ ପୋତି ହୋଇଥିବା ଦେଖାଯାଇଥିଲା ।

ସୋସିଆଲ୍‌ ମିଡିଆରେ ଲଗାତାର ବରଫ ପାତ ହେବାର ଦୃଶ୍ୟ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସେଠାରେ ଥିବା ଓଟମାନଙ୍କ ଉପରେ ବରଫର ଧଳା ଆସ୍ତରଣ ପଡ଼ିଥିବା ଦେଖିବାକୁ ମିଳିଛି ।

ମୌସମ ବିଭାଗ ଦେଲା ଚେତାବନୀ

ଲଗାତାର ଜାରି ରହିଥିବା ବରଫପାତ ଦେଖିବା ପରେ ମୌସମ ବିଭାଗ ଚେତାବନୀ ଦେଇଛି । ଫଳରେ ଆଗାମୀ ଦିନରେ ଥଣ୍ଡା ବହୁଗୁଣା ବଢ଼ିଯିବ ବୋଲି ମୌସମ ବିଭାଗ ଚେତାବନୀ ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.