Below header

ମାତ୍ର ୧,୯୯୯ ଟଙ୍କାରେ ଦୁଇ ବର୍ଷ ଯାଏଁ ସବୁକିଛି ଫ୍ରି, ଶୀଘ୍ର ନୂଆ ପ୍ଲାନରେ ରିଚାର୍ଜ କରନ୍ତୁ

ରିଲାଏନ୍ସ ଜିଓ ନିଜର ଏକ ନୂଆ ଅଫର ଲଂଚ କରିଛି । ନୂଆ ବର୍ଷ ଆରମ୍ଭରୁ ହିଁ କମ୍ପାନୀ ଆଇୟୁସି ମିନିଟ ଶୁଳ୍କ ହଟାଇ ନିଜ ଗ୍ରାହକଙ୍କ ପାଇଁ ଏକ ନୂଆ ତଥା ସାନଦାର ଅଫର ଲଂଚ କରିଛି । ଯାହାକି ଜିଓର ୨ଜି ମୁକ୍ତ ଭାରତ ମିଶନର ଏକ ଅଂଶ । ଯେବେକି ବର୍ତ୍ତମାନ ସମୟରେ ଦେଶରେ ୩୦
କୋଟି ଜିଓ ୟୁଜର ଅଛନ୍ତି । ଏହି ଅଫର ବି ସେହି ମାନଙ୍କ ପାଇଁ ଯେଉଁମାନେ 2G ବ୍ୟବହାର କରୁଛନ୍ତି ଆଉ 4Gକୁ ଆସିବାକୁ ଚାହୁଁଛନ୍ତି । ସୂଚନା ଅନୁଯାୟୀ, ଜିଓର ଏହି ନୂଆ ଅଫର ଆସନ୍ତା ମାର୍ଚ୍ଚ ପହିଲାରୁ ଲାଗୁ ହେବାକୁ ଯାଉଛି ।

jio new plan

ଜିଓର ଏହି ଅଫରର ଫାଇଦା ରିଲାଏନ୍ସ ରିଟେଲ ଷ୍ଟୋର ଓ ଜିଓ ରିଟେଲ ଷ୍ଟୋରରୁ ଉଠା ଯାଇପାରିବ । ଜିଓର ଏହି ଦୁଇ ପ୍ଲାନ ଭିତରୁ ଗୋଟିକର ମୂଲ୍ୟ ୧,୯୯୯ ଟଙ୍କା ଥିବା ବେଳେ ଅନ୍ୟଟିର ମୂଲ୍ୟ ୧,୪୯୯ ଟଙ୍କା ବୋଲି ଜଣାଯାଇଛି । ୧,୯୯୯ ଅଫର ପ୍ଲାନରେ ଗ୍ରାହକଙ୍କୁ ଏକ ଜିଓ ଫୋନ ମିଳିବା ସହିତ ୨୪ ମାସ ପର୍ଯ୍ୟନ୍ତ ଅନଲିମିଟେଡ଼ କଳିଙ୍ଗ ସହ ପ୍ରତିମାସ ୨ ଜିବି ହାଇସ୍ପୀଡ ଡାଟା ମିଳିବ । ୨ ହଜାର ଟଙ୍କାରେ ଆପଣ ଦୁଇ ବର୍ଷ ପାଇଁ ମୋବାଇଲ ଓ ରିଚାର୍ଜ ପାଇଁ ନିଶ୍ଚିନ୍ତ ହୋଇପାରିବେ ।

ଦ୍ଵିତୀୟ ପ୍ଲାନ ୧୪୯୯ ଟଙ୍କାର  । ଏହି ପ୍ଲାନ ଜରିଆରେ ଗ୍ରାହକଙ୍କୁ ୧୨ ମାସ ପାଇଁ ସମସ୍ତ ନେଟୱର୍କକୁ ଅନଲିମିଟେଡ଼ କଳିଙ୍ଗ ସମେତ ପ୍ରତି ମାସ ୨
ଯିବି ଡାଟା ମିଳିବ । ଏହି ପ୍ଲାନରେ ଗୋଟେ ବର୍ଷ ପାଇଁ ବାରମ୍ବାର ରିଚାର୍ଜ କରିବାରୁ ବି ମୁକ୍ତି ମିଳିବ । ଯଦି ଆପଣ ପୁରୁଣା ଗ୍ରାହକ ଅର୍ଥାତ ଆପଣଙ୍କ ପାଖରେ ଏକ ଫୋନ ଅଛି ତେବେ ୭୪୯ ଟଙ୍କା ରିଚାର୍ଜ ପ୍ଲାନ ମିଳିବ । ଯେଉଁଥିରେ ଅନଲିମିଟେଡ଼ କଳିଙ୍ଗର ଆନନ୍ଦ ନେଇପାରିବେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.