Below header

ଜଳଖିଆରେ ଖାଆନ୍ତୁ ଏହି ସବୁ ଖାଦ୍ୟ, ବଢିବ ଶରୀରର ଇମ୍ୟୁନିଟି, ନିୟନ୍ତ୍ରଣରେ ରହିବ ଓଜନ

ସକାଳ ହେଉ କି ସନ୍ଧ୍ୟା ଏହି ଭୋକରେ କିଛିନା କିଛି ସ୍ନାକ୍ସ ଖାଇବାକୁ ଇଛା ହୋଇଥାଏ । କିନ୍ତୁ ଲୋକେ ସାଧାରଣତଃ ଏହି ଟାଇମରେ ଜଙ୍କ ଫୁଡ, ସିଙ୍ଗଡ଼ା, ଚାହା ବ୍ରେଡ, ପକୁଡି, ମୋମୋଜ ଆଦି ଖାଇ ନିଜ ଭୋକ ମେଂଟେଇଥାନ୍ତି । ଯାହାକି ପରବର୍ତ୍ତୀ ସମୟରେ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଏ । ଯଦି ଆପଣ ଭାବୁଛନ୍ତି ଏସବୁ ବ୍ୟତୀତ ଆପଣଙ୍କ ପାଖରେ ଆଉ କଣ ହେଲଦି ଖାଦ୍ୟ ଅଛି ଯାହାକୁ ଖାଇ ଆପଣ ଭୋକ ମେଂଟେଇ ପାରିବେ । ତେବେ ଆଉ ଚିନ୍ତା କରନ୍ତୁନି ଏହି ରିପୋର୍ଟଟିକୁ ପଢି ନିଅନ୍ତୁ ।

ଭଜା ସୋଲା:

ଫାଇବରରେ ପରିପୂର୍ଣ୍ଣ ଭଜା ସୋଲା ଖାଇଲେ ବି ଭୋକ ମେଣ୍ଟିବା ସହିତ ଶରୀର ଉପରେ ସୁପ୍ରଭାବ ପଡିଥାଏ । ଓଜନ ନିୟନ୍ତ୍ରଣକୁ ଆସିବା ସହ ବ୍ଲଡ଼ ସୁଗାର ନିୟନ୍ତ୍ରଣକୁ ଆସିଥାଏ ।

snacks

ମକା:

ବିଟମିନ ଇ, ବି 6, ଫୋଲିକ ଏସିଡ, ମ୍ୟାଗନେସିୟମ, ପୋଟାସିୟମରେ ପରିପୂର୍ଣ୍ଣ ମକା ବି ଆପଣ ସନ୍ଧ୍ୟା ଜଳଖିଆରେ ନେଇପାରିବେ । ଓଜନ ନିୟନ୍ତ୍ରଣ ହେବା ସହ ବ୍ଲଡ଼ ପ୍ରେସର ବି କଣ୍ଟ୍ରୋଲ ହେବ ।

ଗଜା ଜାତୀୟ ଖାଦ୍ୟ:

ଏହାକୁ ପ୍ରୋଟିନର ପାୱାର ହାଉସ ବୋଲି କୁହାଯାଏ । ଯାହାକୁ ଆପଣ ସକାଳ, ସନ୍ଧ୍ୟା ଉଭୟ ଜଳଖିଆରେ ଗ୍ରହଣ କରିପାରିବେ । ଲେମ୍ବୁ, ପିଆଜ, ଟମାଟୋ, କଳା ଲୁଣ ଆଦି ମିଶାଇ ସାଲାଡ କରି ଖାଇ ପାରିବେ ।

ଫଳ କିମ୍ବା ଫଳ ଜୁସ:

ଫଳ ଏମିତି ଏକ ଖାଦ୍ୟ ଯାହାକୁ ଖାଇଲେ ଶରୀରକୁ ପୋଷଣ ମିଳିବା ସହିତ ତ୍ୱଚାରେ ବି ଚମକ ଆସିଥାଏ । ତେଣୁ ଉଭୟ ସମୟରେ ଆପଣ ଫଳ କିମ୍ବା ଫଳ ଜୁସ ଆରାମରେ ଗ୍ରହଣ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.