ଗ୍ରୀଷ୍ମ ଅବକାଶ ପରେ ଆଜି ଖୋଲିଛି ରାଜ୍ୟର ସମସ୍ତ ସ୍କୁଲ

ଭୁବନେଶ୍ବର : ଆଜି ସକାଳୁ ସକାଳୁ ରାଜ୍ୟରେ ସମସ୍ତ ସ୍କୁଲ ଖୋଲିବା ସହ ଛାତ୍ରଛାତ୍ର ମାନେ ଗ୍ରୀଷ୍ମ ଅବକାଶ ପରେ ସକାଳୁ ସକାଳୁ ସ୍କୁଲରେ ପହଞ୍ଚୁଛନ୍ତି। ଏପ୍ରିଲ ୨୫ ତାରିଖରେ ଖରା ଛୁଟି ଘୋଷଣା କରାଯାଇଥିଲା । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ପ୍ରଥମେ ଗତ ୧୮ ତାରିଖରେ ଖୋଲିବା ନେଇ ଘୋଷଣା ହୋଇଥିଲା । କିନ୍ତୁ ଖରା ବଢିବାରୁ ପୁଣି ଛୁଟିକୁ ଆଜି ପର୍ୟ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା । ବର୍ତ୍ତମାନ ରାଜ୍ୟରେ ମୌସୁମି ପ୍ରଭାବ ଜାରି ହେବା ସହ ପିଲା ମାନଙ୍କର ପାଠପଢ଼ା ମଧ୍ୟ ଆରମ୍ଭ ହେଲା ।