ଲଣ୍ଡନ ସଂଗ୍ରାହଳୟରେ ଯୋଗମୁଦ୍ରାରେ ବାବା ରାମଦେବ!

ନୂଆଦିଲ୍ଲୀ : ଲଣ୍ଡନ ସ୍ଥିତ ମାଡାମ ତୁସାଦ ଓ୍ଵାକ୍ସ ମ୍ୟୁଜିୟମରେ ଶୋଭା ପାଇବ ଯୋଗଗୁରୁ ବାବା ରାମଦେବଙ୍କ ମହମ ମୂର୍ତ୍ତି । ଯୋଗମୁଦ୍ରାରେ ବାବା ରାମଦେବଙ୍କ ପ୍ରତିମୂର୍ତ୍ତି ଦେଖିବାକୁ ମିଳିବ । ମହମ ପ୍ରତିମୂର୍ତ୍ତି ପାଇଁ ସେ ଲଣ୍ଡନ ସ୍ଥିତ ମାଡାମ ତୁସାଦରେ ମାପ ଦେଇଛନ୍ତି । ମାଡାମ ତୁସାଦର ବିଶେଷଜ୍ଞ ଟିମ୍ ତାଙ୍କର ମାପ ଏବଂ ବିଭିନ୍ନ ପୋଜରେ ଫଟୋ ନେଇଛନ୍ତି । ସାରା ପୃଥିବୀର ଲୋକଙ୍କୁ ଏହି ପ୍ରତିମୂର୍ତ୍ତି ଯୋଗ ପ୍ରତି ଆକୃଷ୍ଟ କରିବ ବୋଲି ରାମଦେବ କହିଛନ୍ତି ।

ପତଞ୍ଜଳିର ମୁଖପାତ୍ର ଏସ୍କେ ତିଜରଓ୍ଵାଲା କହିଛନ୍ତି, କିଛି ମାସ ପୂର୍ବରୁ ଯୋଗଗୁରୁଙ୍କୁ ଏହି ପ୍ରସ୍ତାବ ଦିଆଯାଇଥିଲା । ପ୍ରଥମେ ସେ ରାଜି ହୋଇ ନଥିଲେ । ଅନେକ ପ୍ରବର୍ତ୍ତାଇବା ପରେ ସେ ପ୍ରସ୍ତାବକୁ ଗ୍ରହଣ କରିଛନ୍ତି । ପୂର୍ବରୁ ମାଡାମ ତୁସାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଗ୍ ବି ଅମିତାଭ ବଚ୍ଚନ, ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ଶାହାରୁଖ ଖାନ, ସଲମନ ଖାନ, ଐଶ୍ୱର୍ୟ୍ୟା ରାୟ, କାଟ୍ରିନା କୈଫ ଆଦି ଭାରତୀୟ ସେଲିବ୍ରିଟିଙ୍କ ମହମ ପ୍ରତିମୂର୍ତ୍ତି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.