ବାଲେଶ୍ୱର: ସ୍କୁଲରେ ଛାତ୍ରକୁ ଛାଡି ପକାଇ ଦେଲେ ତାଲା, ଏବେ ଚାକିରି ଗଲା

ବାଲେଶ୍ୱର (କେନ୍ୟୁଜ୍): ସହର ମଠସାହି ମହାବୀର ନୋଡାଲ ଉଚ୍ଚ ପ୍ରାଥମିକ ସ୍କୁଲରେ ପିଲାକୁ ତାଲା ପକାଇବା ଘଟଣାରେ ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିପ୍ରତିମା ମହାପାତ୍ର ନିଲମ୍ବିତ । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶରେ ସଦର ବ୍ଲକ ଶିକ୍ଷା ଅଧିକାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ । କେଉଁ ପରିସ୍ଥିତିରେ ସ୍କୁଲରେ ଜଣେ ପ୍ରଥମ ଶ୍ରେଣୀ ପିଲା ଥିବା ବେଳେ ଗେଟରେ ତାଲା ପକାଇ ଦିଆଗଲା ସେ ବାବଦରେ ସ୍କୁଲର ଶିକ୍ଷକ ଓ ପିଅନକୁ ପଚାରି ବୁଝିଥିଲେ ।

ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମହାବୀର ମଠସାହି ନୋଡାଲ ଉଚ୍ଚ ପ୍ରାଥମିକ ସ୍କୁଲରେ ଛାତ୍ର ଜଣକ ଟଏଲେଟ ଯାଇଥିବା ବେଳେ ଗେଟରେ ତାଲା ପକାଇ ଶିକ୍ଷକ ପଳାଇଥିଲେ । ପିଲାର ବ୍ୟାଗ ଶ୍ରେଣୀ ଗୃହରେ ଥିଲେ ମଧ୍ୟ ପିଅନ ଏହାକୁ ଧ୍ୟାନ ନଦେଇ ସ୍କୁଲ ଗେଟ ବାହାରେ ତାଲା ପକାଇ ପଳାଇଥିଲେ । ପିଲାଟିର କାନ୍ଦ ଶୁଣି ତାକୁ ଉଦ୍ଧାର କରାଯାଇଥିଲା । ଅନ୍ୟପଟେ ଏହି ଘଟଣାରେ ପିଅନ ଓ ସ୍କୁଲ ଶିକ୍ଷକଙ୍କ ଉପରେ ଦୋଷ ଲଦିଥିଲେ ପ୍ରଧାନଶିକ୍ଷୟିତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.