ହସୁ ହସୁ ଫସିଗଲେ, ଖୋଲା ରହିଗଲା ମହିଳାଙ୍କ ପାଟି

ଶରୀର ପାଇଁ ହସ ଏକ ଔଷଧ ଭଳି କାର୍ଯ୍ୟ କରିଥାଏ। ମନଖୋଲି ହସିବା ଦ୍ୱାରା ସମସ୍ତ ରୋଗ ଦୂର ହୋଇଥାଏ ବୋଲି ଡାକ୍ତରମାନେ ମତ ଦିଅନ୍ତି। ଏଣୁ ପ୍ରାୟତଃ ସକାଳେ ପାର୍କରେ ଲୋକମାନେ ବଡ଼ ପାଟିରେ ହୋ ହୋ ହୋଇ ହସୁଥିବା ଦେଖିବାକୁ ମିଳେ। କିନ୍ତୁ ହସିବା ବେଳେ ଯଦି ପାଟି ଖୋଲା ରହିଯାଏ ଆଉ ବନ୍ଦ ହୁଏନି! କେମିତି ପରିସ୍ଥିତି ହେବ ଥରେ ଚିନ୍ତା କଲେ। ଏଭଳି ଏକ ଘଟଣା ଜଣେ ମହିଳାଙ୍କ ସହ ଘଟିଛି। ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଫଟୋରେ ଜଣେ ମହିଳା ହସି ହସି ଏମିତି ବେଦମ୍‌ ହେଇଗଲେ ଯେ ଆଉ ନିଜ ମୁହଁ ବନ୍ଦ କରିପାରିନଥିବା ଦେଖିବାକୁ ମିଳିଛି। ରିପୋର୍ଟ ମୁତାବକ ମହିଳା ଜଣକ ଗୁଆଗଞ୍ଜ ରେଳ ଷ୍ଟେସନ୍‌ରୁ ଟ୍ରେନ୍‌ରେ ଯାତ୍ରା କରୁଥିବା ସମୟରେ ବହୁତ ଜୋର୍‌ରେ ହସିବାକୁ ଲାଗିଥିଲେ। ମାତ୍ର କିଛି ସମୟ ପରେ ସେ ଆଉ ନିଜ ପାଟି ବନ୍ଦ କରିପାରିନଥିଲେ। ଫଳରେ କଥା କହିବା ତାଙ୍କ ପକ୍ଷେ ଅସମ୍ଭବ ହୋଇପଡ଼ିଥିଲା। ମହିଳାଙ୍କ ଏଭଳି ଅବସ୍ଥା ଦେଖି ପାଖରେ ଥିବା ଯାତ୍ରୀମାନେ ରେଳ ବିଭାଗକୁ ଖବର ଦେଇଥିଲେ। ତୁରନ୍ତ ଜଣେ ଡାକ୍ତର ଆସି ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ।

ଡାକ୍ତରଙ୍କ କହିବା ଅନୁସାରେ, ଅଧିକ ହସିବା ଦ୍ୱାରା ମହିଳାଙ୍କୁ ଫିଡ୍ସ ମାରିଥିବା ନେଇ ସେ ସନ୍ଦେହ କରିଥିଲେ। କିନ୍ତୁ ତାଙ୍କ ବ୍ଲଡ ପ୍ରେସର ନର୍ମାଲ ଥିଲା। ଚିକିତ୍ସା ପରେ ଜଣାଗଲା ଯେ ଗର୍ଭାବସ୍ଥା ବେଳେ ମହିଳା ଜଣଙ୍କ ପ୍ରବଳ ବାନ୍ତି କରିବା ଫଳରେ ତାଙ୍କ ମାଢ଼ି ବାହାରିଆସିଥିଲା। ଅତ୍ୟଧିକ ହସିବା ପରେ ତାହା ଠିକ୍‌ ଭାବେ ସେଟ୍‌ ନ ହେବାରୁ ମହିଳାଙ୍କ ପାଟି ଖୋଲିରହିଯାଇଥିଲା। ଏଣୁ ସେ ମୁହଁ ବନ୍ଦ କରିପାରିନଥିଲେ ବୋଲି ଡାକ୍ତର ଜଣକ କହିଛନ୍ତି।

ଏହାସହ ପଢନ୍ତୁ: ପିଓକେକୁ ଭାରତର ଅଂଶ କରିବାକୁ ସେନା ପ୍ରସ୍ତୁତ: ବିପିନ୍‌ ରାଓ୍ଵତ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.