Below header

ଭାରସାମ୍ୟ ହରାଇ ବ୍ରିଜରୁ ଖସିଲା ସ୍କୁଟି, ୩ ମୃତ

ବ୍ରିଜରୁ ଖସିଲା ସ୍କୁଟି, ୩ ମୃତ । ଭାରସାମ୍ୟ ହରାଇ ବ୍ରିଜ ଉପରୁ୨୦ ଫୁଟ ତଳକୁ ଖସିଲା ସ୍କୁଟି ।

ରାଇକିଆ(କେନ୍ୟୁଜ):  ବ୍ରିଜରୁ ଖସିଲା ସ୍କୁଟି, ୩ ମୃତ । ଭାରସାମ୍ୟ ହରାଇ ବ୍ରିଜ ଉପରୁ୨୦ ଫୁଟ ତଳକୁ ଖସିଲା ସ୍କୁଟି । କନ୍ଧମାଳ ଜିଲ୍ଲା ରାଇକିଆରୁ ଟିକାବାଲି ଫେରୁଥିବାବେଳେ ବୁଡାମାହା ବ୍ରିଜରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ବିଳମ୍ବିତ ରାତିରେ ଗୋଟିଏ ସ୍କୁଟିରେ ୩ଜଣ ସାଙ୍ଗ ଟିକାବାଲିରୁ ରାଇକିଆ ଫେରୁଥିଲେ ।

ବୁଡ଼ାମାହା ନିକଟରେ ଭାରସାମ୍ୟ ହରାଇ ସ୍କୁଟିଟି ୨୦ଫୁଟ ତଳକୁ ଖସି ପଡ଼ିଥିଲା । ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତ ୩ ଜଣ ରାଇକିଆ ଅଞ୍ଚଳର ହୋଇଥିବା ଜଣାପଡିଛି । ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ । ବ୍ୟବଛେଦ ପାଇଁ ମେଡିକାଲକୁ ମୃତଦେହ ପଠାଇବା ସହ ତଦନ୍ତ କରୁଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.