NTA ରେ ଚାକିରି, ଅଫଲାଇନ ମଧ୍ୟ କରିପାରିବେ ଆବେଦନ

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀରେ ଅନେକ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ସିନିଅର ପ୍ରୋଗ୍ରାମର, ଡେପୁଟି ଡାଇରେକ୍ଟର, ପ୍ରୋଗ୍ରାମର, ରିସର୍ଚ୍ଚ ସାଇଣ୍ଟିଷ୍ଟ, ସିନିଅର ସାଇଣ୍ଟିଷ୍ଟ, ସିନିଅର ସୁପରିଟେଣ୍ଡେଣ୍ଟ, ଆସିଷ୍ଟାଣ୍ଟ ଡାଇରେକ୍ଟର । ଏଥିପାଇଁ ପ୍ରାର୍ଥୀ ଅନଲାଇନ ସହିତ ଅଫଲାଇନ ମଧ୍ୟ ଆବେଦନ କରିପାରିବେ ।

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସୀରେ ଅନେକ ପଦବୀରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଏଥିପାଇଁ ରେଜିଷ୍ଟ୍ରେସନ ଆରମ୍ଭ ହୋଇଛି । ଯେଉଁମାନେ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ । ଏଥିପାଇଁ ପ୍ରାର୍ଥୀ ଅନଲାଇନ ସହିତ ଅଫଲାଇନ ମଧ୍ୟ ଆବେଦନ କରିପାରିବେ । ଅନଲାଇନ ଆବେଦନ କରିବାର ଶେଷ ତାରିଖ ୧୫ ଏପ୍ରିଲ ୨୦୨୪ ରହିଛି । ସେହିଭଳି ଅଫଲାଇନ ଆବେଦନ କରିବାର ଶେଷ ତାରିଖ ମଇ ୫ ୨୦୨୪ ରହିଛି । ଆବେଦନ କରିବା ପାଇଁ ntarecruitment.ntaonline.in କୁ ଯାଆନ୍ତୁ ।

ପଦବୀ ବିବରଣୀ : ୪୪

ସିନିଅର ପ୍ରୋଗ୍ରାମର, ଡେପୁଟି ଡାଇରେକ୍ଟର, ପ୍ରୋଗ୍ରାମର, ରିସର୍ଚ୍ଚ ସାଇଣ୍ଟିଷ୍ଟ, ସିନିଅର ସାଇଣ୍ଟିଷ୍ଟ, ସିନିଅର ସୁପରିଟେଣ୍ଡେଣ୍ଟ, ଆସିଷ୍ଟାଣ୍ଟ ଡାଇରେକ୍ଟର।

ଜରୁରୀ ତାରିଖ : ଅନଲାଇନ ଆବେଦନ କରିବାର ଶେଷ ତାରିଖ ୧୫ ଏପ୍ରିଲ ୨୦୨୪ ରହିଛି । ସେହିଭଳି ଅଫଲାଇନ ଆବେଦନ କରିବାର ଶେଷ ତାରିଖ ମଇ ୫ ୨୦୨୪ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ୟୁନିଭରସିଟିରୁ ସମ୍ବନ୍ଧୀୟ ବିଷୟରେ ଗ୍ରାଜୁଏସନ କିମ୍ବା ପୋଷ୍ଟ ଗ୍ରାଜୁଏସନ କରିଥିବା ଜରୁରୀ । ଅଭିଜ୍ଞତା ଥିବା ଜରୁରୀ ।

ବୟସ ସୀମା : ପଦବୀ ଅନୁସାରେ ଅଲଗା ଅଲଗା ବୟସ ସୀମା ରହିଛି । ଏଥିପାଇଁ ୱେବସାଇଟ ଚେକ୍‌ କରିପାରିବେ ।

ଅଫଲାଇନ ଆବେଦନ କରିବାର ଠିକଣା :

National Testing Agency, First Floor, MDBP Building, Okhla Industrial Estate, New Delhi – 110020.

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.