Below header

ଆଜି ଆସିପାରେ ବିଜେଡିର ଚତୁର୍ଥ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା

ଆଜି ଆସିପାରେ ବିଜେଡିର ଚତୁର୍ଥ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା । ୮ରୁ ୧୦ ବିଧାୟକ ଓ ବାଲେଶ୍ବର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିପାରେ ଦଳ । ଚିଲିକା, ଖୋର୍ଦ୍ଧା, ବେଗୁନିଆ ଓ ନୀଳଗିରି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଦେବ ଦଳ। ସେହିପରି ଅନୁଗୁଳ, ତାଳଚେର ଓ ହିନ୍ଦୋଳ ପାଇଁ ମଧ୍ୟ ପ୍ରାର୍ଥୀ ଘୋଷଣା ହୋଇପାରେ ।

ଭୁବନେଶ୍ଵର(କେନ୍ୟୁଜ) : ଆଜି ଆସିପାରେ ବିଜେଡିର ଚତୁର୍ଥ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା । ୮ରୁ ୧୦ ବିଧାୟକ ଓ ବାଲେଶ୍ଵର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିପାରେ ଦଳ । ଚିଲିକା, ଖୋର୍ଦ୍ଧା, ବେଗୁନିଆ ଓ ନୀଳଗିରି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଦେବ ଦଳ। ସେହିପରି ଅନୁଗୁଳ, ତାଳଚେର ଓ ହିନ୍ଦୋଳ ପାଇଁ ମଧ୍ୟ ପ୍ରାର୍ଥୀ ଘୋଷଣା ହୋଇପାରେ ।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ବିଜେଡିର ମୁଖ୍ୟ ନିର୍ବାଚନ ରଣନୀତିକାର କାର୍ତ୍ତିକ ପାଣ୍ଡିଆନ ଭିନ୍ନ ଭିନ୍ନ ସମୀକରଣକୁ ନେଇ ଅଙ୍କ କଷୁଛନ୍ତି । ପୂର୍ବରୁ ତିନୋଟି ପର୍ଯ୍ୟାୟରେ ୧୦୮ ଆସନ ପାଇଁ ବିଧାୟକ ପ୍ରାର୍ଥୀ ଓ ୨୦ଟି ଲୋକସଭା ଆସନ ପାଇଁ ନାଁ ଘୋଷଣା କରି ସାରିଛି ଦଳ। ଏମାନଙ୍କ ମଧ୍ୟରେ ୨୦ଜଣ ମହିଳା ପ୍ରାର୍ଥୀ ରହିଛନ୍ତି ।

ପୂର୍ବରୁ ୬ ଜଣ ମହିଳାଙ୍କୁ ଲୋକସଭା ଟିକେଟ୍ ଦେଇ ସାରିଛି ବିଜେଡି।  ତେବେ ଫୋକସରେ ରହିଛି ବାଲେଶ୍ଵର ଲୋକସଭା ଆସନ । ଏଠାରୁ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ପ୍ରାର୍ଥୀ କରିପାରେ ଦଳ। ବିଧାନସଭା ଆସନରୁ ସ୍ବରୂପ ଦାସଙ୍କୁ ପ୍ରାର୍ଥୀ କରିଛି ବିଜେଡି। ଉଭୟ ନୀଳଗିରି ବିଧାନସଭା ଓ ବାଲେଶ୍ୱର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ବାକି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.