Below header

ଖଲିସ୍ତାନୀ ସମର୍ଥକ ଅମୃତପାଲ ସିଂହଙ୍କ ମା’ଙ୍କୁ ଗିରଫ କଲା ପୋଲିସ

ଅମୃତପାଲ ଏବଂ ତାଙ୍କ ୯ ଜଣ ସାଥିଙ୍କୁ ଆସାମର ଦିବ୍ରୁଗଢ ଜେଲରେ ବନ୍ଦୀ ରହିଛନ୍ତି । ସେମାନଙ୍କୁ ପଞ୍ଜାବ ଜେଲ ସ୍ଥାନାନ୍ତର କରିବା ଦାବିରେ ଏପ୍ରିଲ ୮କୁ ବଲୱିନ୍ଦର କୌର ଏକ ‘ଚେତନା ରାଲି’ ପାଇଁ ଯୋଜନା କରୁଥିଲେ । ଏହି ରାଲି ବଠିଣ୍ଡା ସ୍ଥିତ ତଖତ ଦମଦମା ସାହିବରୁ ମାର୍ଚ୍ଚ ଆରମ୍ଭ ହୋଇଥାନ୍ତା । ତେଣୁ ଅମୃତପାଲ ସିଂହଙ୍କ ମା’ ବଲୱିନ୍ଦର କୌରଙ୍କୁ ପୋଲିସ ଗିରଫ କରିଛି ।

ଖଲିସ୍ତାନୀ ସମର୍ଥକ ତଥା ‘ୱାରିସ୍ ପଞ୍ଜାବ ଦେ ସଂଗଠନର ମୁଖ୍ୟ ଅମୃତପାଲ ସିଂହଙ୍କ ମା’ ବଲୱିନ୍ଦର କୌରଙ୍କୁ ପୋଲିସ ଗିରଫ କରିଛି । ଅମୃତପାଲଙ୍କୁ ଆସାମ ଜେଲରୁ ପଞ୍ଜାବ ଜେଲ ସ୍ଥାନାନ୍ତର କରିବା ଦାବି ନେଇ ବଲୱିନ୍ଦରଙ୍କ ସହ ଅନ୍ୟ ୩ ଜଣଙ୍କୁ ପୋଲିସ ନ୍ୟାୟିକ ହେପାଜତକୁ ନେଇଛି । ଅମୃତପାଲଙ୍କୁ ଗତବର୍ଷ ଗିରଫ କରାଯାଇଥିଲା । ତେବେ ଅମୃତପାଲ ସିଂହଙ୍କ ମା’ଙ୍କ ଗିରଫଦାରୀ ପରେ ପଞ୍ଜାବରେ ରାଜନୀତି ଜୋର ଧରିଛି ।

ଅମୃତପାଲ ଏବଂ ତାଙ୍କ ୯ ଜଣ ସାଥିଙ୍କୁ ଆସାମର ଦିବ୍ରୁଗଢ ଜେଲରେ ବନ୍ଦୀ ରହିଛନ୍ତି । ସେମାନଙ୍କୁ ପଞ୍ଜାବ ଜେଲ ସ୍ଥାନାନ୍ତର କରିବା ଦାବିରେ ଏପ୍ରିଲ ୮କୁ ବଲୱିନ୍ଦର କୌର ଏକ ‘ଚେତନା ରାଲି’ ପାଇଁ ଯୋଜନା କରୁଥିଲେ । ଏହି ରାଲି ବଠିଣ୍ଡା ସ୍ଥିତ ତଖତ ଦମଦମା ସାହିବରୁ ମାର୍ଚ୍ଚ ଆରମ୍ଭ ହୋଇଥାନ୍ତା । ଅମୃତସରର ଡିସିପି ଆଲମ ବିଜୟ ସିଂହଙ୍କ କହିବାନୁଯାୟୀ ବଲୱିନ୍ଦରଙ୍କ ସହ ଅମୃତପାଲଙ୍କ ଦାଦା ଏବଂ ୩ ଜଣଙ୍କୁ ହେପାଜତକୁ ନିଆଯାଇଛି ।

ତେଣୁ ବଲଓ୍ଵିନ୍ଦର କୌରଙ୍କ ସହିତ ଅନ୍ୟ କଏଦୀଙ୍କ ପରିଜନ ୨୨ ଫେବୃଆରୀରୁ ଅମୃତସର ସ୍ୱର୍ଣ୍ଣମନ୍ଦିର ପାଖରେ ଅନଶନରେ ବସିଛନ୍ତି । ତାଙ୍କ କହିବାନୁଯାୟୀ, ଅମୃତପାଲ ଏବଂ ଅନ୍ୟ ବନ୍ଦୀକୁ ପଞ୍ଜାବ ଜେଲକୁ ଟ୍ରାନ୍ସଫର କରାନଯାଏ, ସେପର୍ଯ୍ୟନ୍ତ ଆମରଣ ଅନଶନରେ ଜାରି ରହିବ ।

ଅମୃତପାଲ ସିଂହଙ୍କ ପତ୍ନୀ କିରଣଦୀପ କୌରଙ୍କୁ ଗତ ବର୍ଷ ଏପ୍ରିଲ ୨୧ରୁ ଅମୃତସର ବିମାନ ବନ୍ଦରରୁ ଗିରଫ କରାଯାଇଥିଲା । ଏହାର ୨ ଦିନ ପରେ ପଞ୍ଜାବ ମୋଗା ଜିଲ୍ଲାର ଗୁରୁଦ୍ୱାରରେ ଆତ୍ମସମର୍ପଣ କରିଥିଲେ ଅମୃତପାଲ ସିଂହ । ସେଠାରୁ ତାଙ୍କୁ ଗିରଫ କରାଯାଇ ଆସାମର ଦିବ୍ରୁଗଡ଼ ଜେଲ୍କୁ ପଠାଇ ଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.