Below header

ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରାର ଦ୍ଵିତୀୟ ଦିବସ: ଆଜି ମଥୁରା ନଗରୀର ଲୋକମଣ୍ତପ ପଡିଆରେ ରଙ୍ଗମହଲ ହେବ ଉଦଘାଟନ

ବରଗଡ (କେନ୍ୟୁଜ): ପ୍ରବଳ ପ୍ରତାପୀ କଂସଙ୍କ ପ୍ରକୋପରେ ଥରହର ହେଉଛି ମଥୁରାନଗରୀ ପାଲଟିଥିବା ବରଗଡ ସହର । ଆଜି ଧନୁଯାତ୍ରାର ଦ୍ଵିତୀୟ ଦିବସ । ମଥୁରା ନଗରୀର ଲୋକମଣ୍ତପ ପଡିଆରେ ରଙ୍ଗମହଲ ଉଦଘାଟନ ହେବ । ତଳିପଡା ସମଲେଶ୍ଵରୀ ମଣ୍ତପ କାରାଗାରଠାରେ ଜନ୍ମ ନେବେ ଶ୍ରୀକୃଷ୍ଣ । କୃଷ୍ଣଙ୍କୁ ନେଇ ବସୁଦେବଙ୍କ ଗୋପପୁର ଯାତ୍ରା, ଉଗ୍ରସେନଙ୍କ ସହ ଭେଟ, ବିଜୁଳିକନ୍ୟା ସହ ମଥୁରାକୁ ପ୍ରତ୍ୟାବର୍ତ୍ତନ ଆଦି ନାଟକ ପରିବେଷଣ ହେବ । ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଉଦ୍‌ଘାଟିତ ହୋଇଯାଇଛି ।

ଧନୁଯାତ୍ରାର ପ୍ରଥମ ଦିବସରେ ମଥୁରାର ମହାରାଜ ଉଗ୍ରସେନଙ୍କ ଝିଅ ଦେବକୀଙ୍କ ବସୁଦେବଙ୍କ ବିବାହ ହୋଇଛି । ଅନ୍ୟପଟେ ଦୈବବାଣୀ ଶୁଣି ମର୍ମାହତ ହୋଇ ଉଗ୍ରସେନଙ୍କୁ କଟୁଆଳ ଏବଂ ଦେବକୀ ଓ ବସୁଦେବଙ୍କୁ କାରାଗାର ପଠାଇଛି କଂସ । ୭୫ବର୍ଷ ପୂର୍ତ୍ତ ଅବସରରେ ହୀରକ ଜୟନ୍ତୀ ଭାବେ ଧନୁଯାତ୍ରା ପାଳନ କରୁଥିବାରୁ ବେଶ ଉତ୍ସାହିତ ଧନୁଯାତ୍ରା ମହୋତ୍ସବ ସମିତି । ମୁକ୍ତାକାଶ ରଙ୍ଗମଞ୍ଚରେ ୧୧ଦିନ ଧରି ଚାଲିବ ଧନୁଯାତ୍ରା ମହୋତ୍ସବ । ଗତକାଲି ମହାରାଜ କଂସଙ୍କ ଦରବାରକୁ ଉଦ୍‌ଘାଟନ କରିଥିଲେ ବରଗଡ ଲୋକସଭା ସାଂସଦ ସୁରେଶ ପୂଜାରୀ, ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ପ୍ରମୁଖ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.