ଭଣ୍ଡବାବାଙ୍କ କଳାକାରନାମା, ଗ୍ରହଶାନ୍ତି ଆଳରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

ମାଲକାନଗିରି : ଭଣ୍ଡବାବାଙ୍କ କଳାକାରନାମା । ଗ୍ରହଶାନ୍ତି ଆଳରେ ମହିଳାଙ୍କୁ ଦୁଷ୍କର୍ମ । ଏଭଳି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା ପଡିଆ ଥାନା ଅଞ୍ଚଳରୁ । ଅଭିଯୁକ୍ତକୁ ଗିରଫ କାରି କୋର୍ଟ ଚାଲାଣ କରିଛି ପୋଲିସ । ଅଭିଯୋଗ ଅନୁସାରେ, ଅଧିକାଂଶ ସମୟରେ ସ୍ୱାସ୍ଥ୍ୟ ଖରାପ ରହୁଥିବାରୁ MV-୬୬ ର ବାବା ଅପୂର୍ବ ପାଲଙ୍କୁ ଦେଖାକରିଥିଲେ ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ।

ବାବାଙ୍କ କହିବା ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ ମହିଳା ଜଣକ । ତେବେ ସକାଳୁ ମହିଳାଙ୍କ ସ୍ୱାମୀଙ୍କୁ ପୂଜା ସାମଗ୍ରୀ ପାଣିରେ ପକାଇବାକୁ ପଠାଇଥିଲେ ବାବା । ଏହା ପରେ ସ୍ୱାମୀଙ୍କ ଅନୁପସ୍ଥିିତିର ସୁଯୋଗ ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ମହିଳା । ଏନେଇ ଅଭିଯୋଗ କରିବା ପରେ ଭଣ୍ଡବାବାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.