କେନ୍ଦୁଝର : ଦୋକାନ ଭିତରେ ପଶିଲା ଟ୍ରକ, ଦୋକାନ ମାଲିକଙ୍କ ସହ ଟ୍ରକ୍‌ ହେଲ୍ପର ମୃତ

କେନ୍ଦୁଝର : ଦୋକାନ ଭିତରେ ପଶିଗଲା ଟ୍ରକ । ମାଲିକ ସମେତ ୨ ମୃତ । କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ସୁଆକାଟି ମନ୍ଦିର ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି। ଲୁହା ପଥର ଲୋଡିଙ୍ଗ ନେଇ, ଏକ ଟ୍ରକ ଭାରସାମ୍ୟ ହରାଇ ଦୋକାନ ଭିତରେ ପଶି ଯାଇଥିଲା । ଦୋକାନ ମାଲିକ ଦୋଳଗୋବିନ୍ଦ ସାହୁ ଓ ଟ୍ରକ ହେଲ୍ପରଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ।

ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା । ରାସ୍ତା ଅବରୋଧ କରିଥିଲେ ଉତ୍ତ୍ୟକ୍ତ ଲୋକ । ଏହି ଅଞ୍ଚଳରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଲୁହାପଥର ପରିବହନ ଟ୍ରକ ନଯିବାକୁ ଦାବି କରିିଛନ୍ତି ଆନ୍ଦୋଳନକାରୀ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.