ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ, ଏମାନେ ସେବାୟତ ନା ଅଣସେବାୟତ

ପୁରୀ(କେ ନ୍ୟୁଜ): ମହାପ୍ରଭୁ ଶ୍ରୀବଳଭଦ୍ରଙ୍କ ରଥ ଉପରେ ଦୁଇଜଣ ଯୁବକ। ଦୁଇ ଯୁବକ ସେଲଫି ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏହି ଦୁଇ ଜଣ ସେବାୟତ ନା ଅଣ ସେବାୟତ ସ୍ପଷ୍ଟ ହୋଇନାହିଁ । ବଳଭଦ୍ରଙ୍କ ସିଂହାସନରେ ବସି ଦୁଇଜଣ ଫଟୋ ଉଠାଇଛନ୍ତି । ଦୁଇଜଣ ମାସ୍କ ପିନ୍ଧିଛନ୍ତି । ଏହା ଚଳିତ ବର୍ଷର ଫଟୋ ବୋଲି ଚର୍ଚ୍ଚା ହେଉଛି । ଚଳିତବର୍ଷ ଭକ୍ତ ରଥ ସ୍ପର୍ଶ କରିପାରୁନଥିବା ବେଳେ ଦୁଇ ଯୁବକ କେମିତି ରଥ ଉପରେ ଚଢି ସେଲଫି ନେଲେ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହା ସହ ରଥର ସାରଥୀଙ୍କ ସହ ମଧ୍ୟ ଫଟୋ ରହିଛି । ରଥ ଉପରେ ଫଟୋ ଉଠାଇବା ମନା ରହିଥିବାବେଳେ କିପରି ଏହି ଦୁଇ ଯୁବକ ଫଟୋ ଉଠାଇଲେ ତାହା ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି l ସେପଟେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.