Below header

ଭୁବନେଶ୍ବରରେ ବାଇକକୁ ଧକ୍କା ଦେଲା ସିଟି ବସ୍, ବରିଷ୍ଠ ନାଗରିକ ମୃତ

ରାଜଧାନୀ ଭୁବନେଶ୍ବରର ରେଡକ୍ରସ ଛକଠାରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣାରେ ଜଣେ ବରିଷ୍ଠ ନାଗରିକଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଲେ ବାବାଜୀ ସେଠୀ(୭୦)।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ବାବାଜୀ ନିଜ ସ୍କୁଟିରେ ଯାଉଥିବା ବେଳେ ଶାସ୍ତ୍ରୀନଗରରୁ ଆସୁଥିବା ଏକ ସିଟି ବସ୍ ତାଙ୍କୁ ରେଡକ୍ରସ ଛକ ନିକଟରେ ମୁହାଁମୁହିଁ ଧକ୍କା ଦେଇଥିଲା। ଏଥିରେ ବାବାଜୀ ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ।

ସେପଟେ ଦୁର୍ଘଟଣା ଯୋଗୁ ରାସ୍ତାରେ ଟ୍ରାଫିକ୍ ଜାମ୍ ହୋଇପଡ଼ିଥିଲା। ଖବର ପାଇ ଖାରବେଳ ନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା। ଏହାସହ ଦୁର୍ଘଟଣା ଘଟାଇଥିବା ଉକ୍ତ ସିଟି ବସ୍ ଚାଳକଙ୍କୁ ପୋଲିସ ଗିରଫ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.