Below header

ଯାଜପୁରରେ ବରିଷ୍ଠ ନାଗରିକଙ୍କ ନିର୍ବାଚନ ପ୍ରଚାର

ଯାଜପୁର ଟାଉନ (କେ ନ୍ୟୁଜ୍‌) : ଯାଜପୁର ଜିଲାରେ ୪ର୍ଥ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ଶେଷ ହୋଇଛି ନାମାଙ୍କନପତ୍ର ଦାଖଲ ପ୍ରକିୟା । ଯାଜପୁର ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ହୋଇଛନ୍ତି ପ୍ରଣବ ପ୍ରକାଶ ଦାସ । ଚଳିତ ମାସ ୨୯ ତାରିଖରେ ଭୋଟ୍‌ ଗ୍ରହଣ ପାଇଁ ଦିନଧାର୍ଯ୍ୟ ହୋଇଛି । ତେବେ ଆଜି ଦେଖିବାକୁ ମିଳିଥିଲା ଏକ ନିଆରା ଢଙ୍ଗର ପ୍ରଚାର । ଏହି ପ୍ରଚାର ଆରମ୍ଭ ହୋଇଥିଲା ଯାଜପୁର କ୍ଷେତ୍ରେଶ୍ୱରୀ ମା ବିରଜାଙ୍କ ପୀଠରୁ । ନିର୍ବାଚନ ମଣ୍ଡଳୀର ଶତାଧିକ ବରିଷ୍ଠ ନାଗରିକ ମା ବିରଜାଙ୍କ ପାଖରେ ପୂଜାର୍ଚ୍ଚନା ସାରି ସହର ପରିକ୍ରମା କରି ପ୍ରଣବଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ । ପୂର୍ବରୁ ପ୍ରଣବ ୨ଥର ବିଧାୟକ ଥିବା ବେଳେ ଚଳିତ ନିର୍ବାଚନରେ ସେ ହାଟ୍ରିକ୍ ମାରିବାକୁ ଲକ୍ଷ୍ୟ ରଖିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.