ଏହି ଦେଶରେ ସେଲଫି ନେଲେ ମିଳିଥାଏ ମୃତ୍ୟୁଦଣ୍ଡ

ଲୋକଙ୍କର ପସନ୍ଦର ସ୍ଥାନ ହେଉଛି ଥାଇଲାଣ୍ଡ। ନବଦମ୍ପତିମାନେ ନିଜର ହନିମୁନ କରିବାକୁ ଏଠାକୁ ଆସିଥାନ୍ତି ତ ଅନ୍ୟ କେହି ନିଜ ପରିବାର ସହିତ ଛୁଟି କଟାଇବାକୁ ଆସିଥାନ୍ତି। ଯଦି ଆପଣ ମଧ୍ୟ ଥାଇଲାଣ୍ଡ ଯିବାକୁ ଭାବୁଛନ୍ତି ତେବେ ଏହା ପୂର୍ବରୁ ଆମେ ଆପଣଙ୍କୁ ଏକ ବିଶେଷ ସୂଚନା ଦେବାକୁ ଚାହୁଁଛୁ। ଯାହାକୁ ଜାଣିଲା ପରେ ଆପଣଙ୍କୁ କୌଣସି ପ୍ରକାରର ସମସ୍ୟା ହେବନାହିଁ।

ଛୁଟିରେ ଥାଇଲାଣ୍ଡ ଯିବା କଥା ଭାବୁଥିବା ବ୍ୟକ୍ତିଙ୍କ ପାଇଁ ଏହା ଗୁରୁତ୍ବପୂର୍ଣ୍ଣ ସୂଚନା ଅଟେ। ସେଠାକାର ସରକାର ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ସେଠାକାର ସରକାର ଜଣାଇଛନ୍ତି ଯେ ଫୁକେଟର mai khao beachରେ ଯଦି ଆପଣ ସେଲ୍ଫି ନେବା ବେଳେ ଧରାପଡିଗଲେ ତେବେ ମ୍ରୁତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇପାରେ।

selfieଆପଣଙ୍କୁ ଜଣାଇବାକୁ ଚାହିଁବୁ ସମୁଦ୍ର କୂଳ ଇଣ୍ଟରନ୍ୟାସନାଲ ଏୟାରପୋର୍ଟର ନିକଟବର୍ତ୍ତୀ ଅଟେ। ଯେଉଁ କାରଣରୁ ବିମାନ ଏଠାରେ ତଳ ଆଡକୁ ଚାଲିଥାଏ। ଏହି ସମୟରେ କିଛି ଲୋକ ଅଧିକ ଉତ୍ସାହିତ ହୋଇ ସେଲଫି ନେବା ଆରମ୍ଭ କରିଦିଅନ୍ତି। ଯେଉଁ କାରଣରୁ ଅନେକ ଥର ପ୍ଲେନ ଚଲାଉଥିବା ପାଇଲଟଙ୍କ ଧ୍ୟାନ ଫ୍ଲାସ ଲାଇଟ ଦ୍ବାରା ହଟିଯାଇଥାଏ। ଯାହାଦ୍ବାରା ଦୁର୍ଘଟଣା ହେବାର ଭୟ ବଢ଼ିଯାଇଥାଏ।

planeଏହି ସମସ୍ୟାକୁ ଆଖିରେ ରଖି ସେଠାକାର ସରକାର ଏହି ନିଷ୍ପତି ନେଇଛନ୍ତି। ଯଦି କୌଣସି ଯାତ୍ରୀ କିମ୍ବା ସେଠାକାର ସ୍ଥାନୀୟ ଲୋକ ପ୍ଲେନ ସହିତ ସେଲଫି ନେବାର ନଜର ଆସିବେ ତେବେ ତାଙ୍କୁ କଡା ଦଣ୍ଡବିଧାନ ଶୁଣା ହେବ। ପର୍ଯ୍ୟଟକମାନେ ଏମିତି ସେଲଫି ନିଅନ୍ତି ଯେମିତି ଲାଗେ ସେମାନେ ବିମାନକୁ ଛୁଉଁଛନ୍ତି।

ଏମିତି କାରଣ ପାଇଁ ବହୁତ ଥର ଦୁର୍ଘଟଣା ହେବାରୁ ରକ୍ଷା ମିଳିଛି। ଯେଉଁ କାରଣରୁ ବିଚ୍ କିନାରାରେ ସେଲଫି ନେବାକୁ ଅବୈଧ ଘୋଷଣା କରିଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.