ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି, କିଛି ଜିଲ୍ଲାରେ କାଳବୈଶାଖୀ ସତର୍କତା, ଯାଜପୁରରେ କୁଆପଥର ବର୍ଷା

ଭୁବନେଶ୍ବର (କେନ୍ୟୁଜ୍): ଆଜି ରାଜ୍ୟର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ଝଡ଼ପବନ ସହ ବର୍ଷା ଓ ବଜ୍ରପାତର ଆଶଙ୍କା ରହିଛି। ଏନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସୂଚନା ଅନୁଯାୟୀ, ଉପକୂଳବର୍ତ୍ତୀ ଅଞ୍ଚଳ ମାନଙ୍କରେ ହଠାତ୍‌ ପାଗରେ ପରିବର୍ତ୍ତନ ହେବା ସହ କାଳବୈଶାଖୀ ଜନିତ ଝଡ଼ପବନ ସହ ବର୍ଷା ହୋଇପାରେ। ଆଜି ଅପରାହ୍ନରେ ଯାଜପୁର ଜିଲ୍ଲାର କିଛି ଅଞ୍ଚଳରେ କୁଆପଥର ବର୍ଷା ହୋଇଛି । ଫଳରେ ପ୍ରବଳ ଖରା ଓ ଗୁଳୁଗୁଳିରୁ ଲୋକେ ତ୍ରାହି ପାଇଛନ୍ତି ।

ଅପରପକ୍ଷରେ ରାଜ୍ୟରେ ଉତ୍ତର, ଦକ୍ଷିଣ ଓ ଆଭ୍ୟନ୍ତର ଅଞ୍ଚଳରେ ଗ୍ରୀଷ୍ମପ୍ରବାହ ଜାରି ରହିବ। ଗତକାଲି ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଟିଟଲାଗଡ଼ ଠାରେ ୪୧.୫ ଡିଗ୍ରି ସେଲସିୟସ୍‌ ରେକର୍ଡ କରାଯାଇଥିବା ବେଳେ ସର୍ବନିମ୍ନ ତାପମାତ୍ରା ୧୫.୮ ଡିଗ୍ରି ସେଲସିୟସ୍‌ ମାଲକାନଗିରି ଠାରେ ରେକର୍ଡ କରାଯାଇଛି।