ହାଇକୋର୍ଟ ବାର ଆସୋସିଏସନ ସଭାପତି ଭାବେ ନିର୍ବାଚିତ ହେଲେ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ

ହାଇକୋର୍ଟ ବାର ଆସୋସିଏସନରେ ଭୋଟର ସଂଖ୍ୟା ୪,୨୯୭ ଥିବାବେଳେ ୩,୦୫୫ଜଣ ସଦସ୍ୟ ମତ ସାବ୍ୟସ୍ତ କରିଥିଲେ । କିନ୍ତୁ ଏଥର ବରିଷ୍ଠ ନାଗରିକଙ୍କ ପାଇଁ ନୂତନ ପଦକ୍ଷେପ ନିଆଯାଇଥିଲା।

କଟକ(କେନ୍ୟୁଜ୍): ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ ହାଇକୋର୍ଟ ବାର ଆସୋସିଏସନ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି ବିଦ୍ୟାଧର ପ୍ରଧାନ, ଉପ ସଭାପତି, ଚିତ୍ତ ରଞ୍ଜନ ସ୍ୱାଇଁ, ସମ୍ପାଦକ ଭାବେ ବିଜୟୀ ହୋଇଥିବାବେଳେ ଦେବାଶିଷ ନନ୍ଦ(ଯୁଗ୍ମ ସମ୍ପାଦକ), ଦେବାଶିଷ ସ୍ୱାଇଁ (ସହ ସମ୍ପାଦକ) ଓ ଜାନକୀ ମହାପାତ୍ର ପାଠାଗାର ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି।

ହାଇକୋର୍ଟ ବାର ଆସୋସିଏସନରେ ଭୋଟର ସଂଖ୍ୟା ୪,୨୯୭ ଥିବାବେଳେ ୩,୦୫୫ଜଣ ସଦସ୍ୟ ମତ ସାବ୍ୟସ୍ତ କରିଥିଲେ । କିନ୍ତୁ ଏଥର ବରିଷ୍ଠ ନାଗରିକଙ୍କ ପାଇଁ ନୂତନ ପଦକ୍ଷେପ ନିଆଯାଇଥିଲା। ସେମାନେ କିପରି ମତ ସାବ୍ୟସ୍ତ କରିବେ, ସେ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରା ଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.