Below header

ଯାଜପୁର: ପରଲୋକରେ ବରିଷ୍ଠ ସାମ୍ବାଦିକ ଅନିରୁଦ୍ଧ ସାମନ୍ତରାୟ, ଗତକାଲି ହୃଦଘାତରେ ହୋଇଥିଲେ ଶିକାର

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁର ଜିଲାର ବରିଷ୍ଠ ସାମ୍ବାଦିକ ଅନିରୁଦ୍ଧ ସାମନ୍ତରାୟଙ୍କ ହୃଦଘାତରେ ଗତକାଲି ବିଳମ୍ବିତ ରାତ୍ରିରେ ପରଲୋକ ଘଟିଛି । ସମ୍ବାଦ ସଂଗ୍ରହ କରିବାକୁ ଯାଉଥିବା ବେଳେ ସେ ହୃଦଘାତରେ ଶୀକାର ହୋଇଥିଲେ । ଗୁରୁତର ଅବସ୍ଥାରେ ପ୍ରଥମେ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଆଜି ତାଙ୍କ ପାର୍ଥିବ ଶରୀର ନିଜ ଗାଁ ବଡଚଣା ବ୍ଲକର ସୁଂଗୁଡାରେ ପହଂଚିିବା ପରେ ଆତ୍ମିୟ ସ୍ୱଜନ ପହଂଚି ତାଙ୍କର ଶେଷ ଦର୍ଶନ କରିଥିଲେ । ପରେ ମରଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ଚଣ୍ଡିଖୋଲ ବଜାର ପରିକ୍ରମା କରାଯାଇଥିଲା । ।ଶ୍ରୀ ସାମନ୍ତରାୟ ନିଜ ଶରୀରକୁ କଟକ ମେଡିକାଲକୁ ଦାନ କରିଥିବାରୁ ତାଙ୍କ ମରଶରୀରକୁ ହସ୍ତାନ୍ତର କରାଯାଇଥିଲା । ତାଙ୍କ ବିୟୋଗରେ ଜିଲ୍ଲାର ଗଣମାଧ୍ୟମ ପ୍ରତିନିଧି ମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.