ସମୁଦ୍ର ଭିତରେ ପ୍ରେମିକା ସହ ନିର୍ବନ୍ଧ କଲେ ହାର୍ଦ୍ଦିକ ପାଣ୍ଡ୍ୟା, କହିଲେ ‘ମେ ତେରା ତୁ ମେରୀ ଜାନେ ସାରା ହିନ୍ଦୁସ୍ତାନ’

ଭାରତୀୟ କ୍ରିକେଟ୍‌ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପଡ଼ିଆ ଭିତରେ ଏବଂ ପଡ଼ିଆ ବାହାରେ ତାଙ୍କର କାରନାମା ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ଏବେ ସେ ଦଳରେ ନାହାନ୍ତି । କାରଣ ଆହତ ହୋଇଥିବାରୁ ତାଙ୍କୁ ବିଶ୍ରାମ ଦିଆଯାଇଛି । ତଥାପି ସେ ଗଣମାଧ୍ୟମ ନଜରରେ ରହିଛନ୍ତି । ତେବେ ସେ ଆଜି ଏମିତି କାମ କରିଛନ୍ତି ଯେ ସବୁ ଗଣମାଧ୍ୟମରେ ଛାଇ ଯାଇଛନ୍ତି । ଅବଶ୍ୟ ପାଣ୍ଡ୍ୟା କେଉଁ ମ୍ୟାଚ୍‌ରେ ଛକା ଚୌକା ମାରି ସେଞ୍ଚୁରୀ ପିଟି ନାହାନ୍ତି କି ବୋଲିଂରେ ହ୍ୟାଟ୍ରିକ୍‌ କରି ନାହାନ୍ତି । ସେ ଆଜି ସମୁଦ୍ର ଭିତରେ ରହି ନିଜ ପ୍ରେମିକା ସହ ନିର୍ବନ୍ଧ କରିଛନ୍ତି ।

2ଅନେକ ଦିନ ଧରି ତାଙ୍କର ବାନ୍ଧବୀ ନତାଶା ଷ୍ଟାନକୋଭିକ୍‌ଙ୍କ ସହିତ ପୂରା ଷ୍ଟାଇଲ୍‌ରେ ନିର୍ବନ୍ଧ କରିଛନ୍ତି । ନିର୍ବନ୍ଧର ଫଟୋ ସେ ନିଜ ଇନଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି । ପାଣ୍ଡ୍ୟା ଓ ମଡେଲ୍‌ ନତାଶା ଅଛନ୍ତି । ନତାଶାଙ୍କ ହାତରେ ନିର୍ବନ୍ଧ ମୁଦି ରହିଛି । ଏଥିରେ ପାଣ୍ଡ୍ୟା ଲେଖିଛନ୍ତି ‘ମେ ତେରା ତୁ ମେରୀ ଜାନେ ସାରା ହିନ୍ଦୁସ୍ତାନ’ । ଇଏ ହେଉଛି ବଲିଉଡ୍‌ ହିଟ୍‌ ଫିଲ୍ମ ‘ଶାନ୍‌’ର ଏକ ଗୀତର ପଦଟିଏ ।
ଫଟୋରେ ପାଣ୍ଡ୍ୟା ଓ ନତାଶା ଏକ ସମୁଦ୍ର କୂଳରେ ବସିଥିବା ଦେଖାଯାଉଛି । ଫଟୋ ସହିତ ଏକ ଭିଡିଓ ମଧ୍ୟ ସେ ସେୟାର କରିଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି ଯେ ଦୁହେଁ ଏକ କ୍ରୁଜ୍‌ ଉପରେ ଡ୍ୟାନ୍ସ କରୁଛନ୍ତି ଏବଂ ପୂରା ଫିଲ୍ମି ଷ୍ଟାଇଲ୍‌ରେ ହାର୍ଦ୍ଦିକ ପ୍ରେମିକା ନତାଶାଙ୍କୁ ପ୍ରପୋଜ୍‌ କରୁଛନ୍ତି ।

4

ନତାଶା ହେଉଛନ୍ତି ସର୍ବିୟାର ଜଣେ ମଡେଲ୍‌ । ସେ ବିଗ୍‌ବସ୍‌ ସିଜିନ୍‌-୮ରେ ଟେଲିଭିଜନ୍‌ ପରଦାକୁ ଆସିଥିଲେ । ପୁଣି ‘ନାଚ୍‌ ବଲିୟେ’ରେ ମଧ୍ୟ ତାଙ୍କ ଡ୍ୟାନ୍ସ ଧମାକା ଦେଖିବାକୁ ମିଳିଥିଲା । ଅନେକ ଦିନ ହେଲା ପାଣ୍ଡ୍ୟାଙ୍କ ସହ ତାଙ୍କର ସମ୍ପର୍କ ରହିଛି ବୋଲି ଗୁଞ୍ଜରଣ ଉଠିଥିଲା । ଏବେ ଶେଷରେ ଠିକ୍‌ ନୂଆବର୍ଷରେ ପାଣ୍ଡ୍ୟା ନିଜ ସମ୍ପର୍କ ନେଇ ପୂରା ଦେଶକୁ ଜଣାଇ ଦେଇଛନ୍ତି ।

ଦେଖନ୍ତୁ ଭିଡିଓ….

 

 

View this post on Instagram

 

Forever yes 🥰💍❤️ @hardikpandya93

A post shared by 🎀Nataša Stanković🎀 (@natasastankovic__) on

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.