ଗତ ଦୁଇଦିନ ହେଲା ନିଖୋଜ ଥିଲେ ସେବକ: ଗାଁ ମୁଣ୍ଡରୁ ମିଳିଲା ମୃତଦେହ, ସମ୍ପର୍କୀୟ ଆଣିଲେ ହତ୍ୟା ଅଭିଯୋଗ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ରୁଗୁଡିପାଲି ଗାଁରେ ଯୁବକକୁ ହତ୍ୟା ଅଭିଯୋଗ । ବୀରମହାରାଜପୁର ପୋଲିସର ତଦନ୍ତ ଅରମ୍ଭ । ମୃତକ ଜଣକ ହେଲେ ରୁଗୁଡିପାଲି ଗାଁର ସେବକ ଜଗଦଲା । ଗତ ଦୁଇଦିନ ହେଲା ସେବକ ଦଣ୍ଡ ଦେଖିବାକୁ ଯାଇ ଅଉ ଘରକୁ ଫେରିନଥିଲେ ।

ସୁବର୍ଣ୍ଣପୁର (କେନ୍ୟୁଜ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ରୁଗୁଡିପାଲି ଗାଁରେ ଯୁବକକୁ ହତ୍ୟା ଅଭିଯୋଗ । ବୀରମହାରାଜପୁର ପୋଲିସର ତଦନ୍ତ ଅରମ୍ଭ । ମୃତକ ଜଣକ ହେଲେ ରୁଗୁଡିପାଲି ଗାଁର ସେବକ ଜଗଦଲା । ଗତ ଦୁଇଦିନ ହେଲା ସେବକ ଦଣ୍ଡ ଦେଖିବାକୁ ଯାଇ ଅଉ ଘରକୁ ଫେରିନଥିଲେ । ପରିବାର ଲୋକ ବହୁ ଖୋଜାଖୋଜି ପରେ ମଧ୍ୟ ସେବକଙ୍କ କୌଣସି ଖୋଜ ଖବର ପାଇନଥିଲେ ।

ତେବେ ଗତକାଲି ସେବକଙ୍କ ମୃତଦେହ ଗାଁ ମୁଣ୍ଡରେ ପଡିଥିବା ଅବସ୍ଥାରେ ମିଳିଥିଲା । ମୃତ ସେବକଙ୍କ ମୁଣ୍ଡ ପଛପଟେ ଆଘାତ ଲାଗିଥିବାରୁ ତାକୁ ହତ୍ୟା କରାଯାଇଥିବା ସନ୍ଦେହରେ ତାଙ୍କ ସମ୍ପର୍କୀୟ ଲବ ଜଗଦଲା ବୀରମହାରାଜପୁର ଥାନାରେ ଏକ ହତ୍ୟା ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ବୀରମହାରାଜପୁର ପୋଲିସ ତଦନ୍ତ ଆରମ୍ଭ କରିଛି । ସେପଟେ ମୃତ ସେବକଙ୍କ ଶବକୁ ପରିବାର ଓ ସମ୍ପର୍କୀୟ ଗାଁ ମୁଣ୍ଡ ନାଳରେ ପୋତି ଦେଇଥିବାବେଳେ ଗତକାଲିଠାରୁ ପୋଲିସ ସେଠାରେ ଶବକୁ ଜଗିରହିଛି । ଆଜି ମାଜିଷ୍ଟେଙ୍କ ଉପସ୍ଥିତିରେ ଶବକୁ ବାହାର କରାଯାଇ ପୋଷ୍ଟମଟମ କରାଯିବ । ସେପଟେ ଏହି ଘଟଣାରେ ପୋଲିସ ଗାଁର ଦୁଇଜଣକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ତେବେ ପୋଲିସର ତଦନ୍ତ ଜାରି ରହିଥିବାରୁ ଏବେ କୌଣସି ମତାମତ ଦେବାକୁ ମନାକରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.