ଭୋକରେ ରହିଲେ ଯୀଶୁଙ୍କ ସହ ହେବ ଭେଟ…! କେନିଆରେ ମୃତକଙ୍କ ସଂଖ୍ୟା ୨୦୦ ଟପିଲା

କେନିଆର ଶାକାହୋଲା ଜଙ୍ଗଲରୁ ମିଳୁଥିବା ମୃତଦେହ ସଂଖ୍ୟା ୨୦୧ରେ ପହଞ୍ଚିଛି। ଏବେ ବି ଆଖପାଖ ଅଞ୍ଚଳରୁ ଆହୁରି ଅନେକ ଲୋକ ନିଖୋଜ ଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି।

କେନିଆର ଶାକାହୋଲା ଜଙ୍ଗଲରୁ ମିଳୁଥିବା ମୃତଦେହ ସଂଖ୍ୟା ୨୦୧ରେ ପହଞ୍ଚିଛି। ଏବେ ବି ଆଖପାଖ ଅଞ୍ଚଳରୁ ଆହୁରି ଅନେକ ଲୋକ ନିଖୋଜ ଥାଇପାରନ୍ତି ବୋଲି ଆଶଙ୍କା କରାଯାଉଛି। ଶନିବାର କବର ଭିତରୁ ୨୨ ମୃତଦେହ ବାହାର କରାଯାଇଛି। ଏହି ମାମଲାରେ କେନିଆ କୋର୍ଟ ସ୍ଥାନୀୟ ଏକ ଚର୍ଚ୍ଚର ପାଦ୍ରୀ ପଲ୍ ମାଙ୍କେଜିଙ୍କୁ ଜାମିନ ପ୍ରଦାନ କରିବାକୁ ମନା କରି ଦେଇଛନ୍ତି।

ପାଦ୍ରୀଙ୍କ ବିରୋଧରେ ଅଭିଯୋଗ ରହିଛି ଯେ ସେ ଅନୁସରଣକାରୀଙ୍କୁ ସେମାନଙ୍କ ପିଲା ଏବଂ ନିଜକୁ ମୃତ୍ୟୁମୁଖକୁ ଠେଲି ଦେବାକୁ ନିର୍ଦ୍ଦେଶ ଦେଇଥିଲେ, ଯଦ୍ଦ୍ଵାରା ସେମାନେ ଦୁନିଆ ଶେଷ ହେବା ପୂର୍ବରୁ ସ୍ୱର୍ଗକୁ ଯାଇପାରିବେ।

ପୋଲିସ ପକ୍ଷରୁ ଏ ବିଷୟରେ ସୂଚନା ଦେଇ କୁହାଯାଇଛି ଯେ ସେମାନଙ୍କୁ ଏ ନେଇ ଗୁପ୍ତ ସୂଚନା ମିଳିଥିଲା, ଯାହାକୁ ଆଧାର କରି ସମ୍ପୃକ୍ତ ପାଦ୍ରୀଙ୍କ ସମ୍ପତ୍ତି ଉପରେ ଚଢ଼ାଉ କରାଯାଇଥିଲା। ଯାଞ୍ଚ କରିବାରୁ ପୋଲିସ ଗୋଟିଏ ପରେ ଗୋଟିଏ ମୃତଦେହ ଜବତ କରିଥିଲା। ଏହାପରେ ପୋଲିସ ମୃତଦେହରୁ ଡିଏନ୍ଏ ନମୁନା ସଂଗ୍ରହ କରିଥିଲା।

ସୂଚନା ମୁତାବକ, ପୂର୍ବରୁ ମିଳିଥିବା କିଛି ମୃତଦେହରେ ଆଭ୍ୟନ୍ତରୀଣ ଅଙ୍ଗ ନିଖୋଜ ଥିବା ଦେଖିବାକୁ ମିଳିଥିଲା। ତଦନ୍ତ ବେଳେ ୧୧୨ ଜଣଙ୍କ ମୃତଦେହ ଯାଞ୍ଚ କରାଯାଇଥିଲା। ସେପଟେ ପାଦ୍ରୀ କୋର୍ଟରେ କହିଛନ୍ତି ଯେ ସେ ଲୋକଙ୍କୁ ଆତ୍ମହତ୍ୟା କରିବାକୁ ଉସୁକାଇ ନାହାନ୍ତି। ୨୦୧୯ରେ ସେ ଚର୍ଚ୍ଚ ବନ୍ଦ କରିଥିବା ମଧ୍ୟ ଦାବି କରିଛନ୍ତି। ଯଦିଓ କୋର୍ଟ ପାଦ୍ରୀଙ୍କୁ ଜାମିନ ଦେବାକୁ ମନା କରି ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.