Below header

ସ୍ଥଳଭାଗ ଛୁଇଁଲା ମୋକା: ବାଂଲାଦେଶ ଓ ମିଆଁମାର୍‌ ଉପକୂଳରେ ପ୍ରବଳ ବର୍ଷା, ଘଣ୍ଟାପ୍ରତି ୨୦୦ କିଲୋମିଟର୍‌ ବେଗରେ ବୋହୁଛି ପବନ

ଲ୍ୟାଣ୍ଡଫଲ କରି ଅତି ଭୀଷଣ ରୂପ ଧାରଣ କରିଛି ବାତ୍ୟା "ମୋକା"। ଆଗାମୀ ୩ଘଣ୍ଟାରେ ଅତି ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ମଧ୍ୟାହ୍ନ ସାଢେ ୧୨ଟାରୁ ଅପରାହ୍ମ ସାଢେ ୨ଟା ମଧ୍ୟରେ ଅତ୍ୟନ୍ତ ଭୀଷଣ ବାତ୍ୟାର ରୂପ ନେଇ ଲ୍ୟାଣ୍ଡଫଲ କରିଥିଲା ମୋକା।

ନୂଆଦିଲ୍ଲୀ : ଶେଷ ହେଲା ବାତ୍ୟା ମୋକାର ଲ୍ୟାଣ୍ଡଫଲ ପ୍ରକ୍ରିୟା। ଦକ୍ଷିଣ ପୂର୍ବ ବାଂଲାଦେଶ ଓ ଉତ୍ତର ମିଆଁମାର ମଧ୍ୟରେ ସ୍ଥଳଭାଗ ଛୁଇଁଲା ମୋକା। ବର୍ତ୍ତମାନ ଏହା କ୍ରମଶଃ ଦୁର୍ବଳ ହେବା ସହ ଆଗାମୀ ୩ଘଣ୍ଟାରେ ଅତି ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ମଧ୍ୟାହ୍ନ ସାଢେ ୧୨ଟାରୁ ଅପରାହ୍ମ ସାଢେ ୨ଟା ମଧ୍ୟରେ ଅତ୍ୟନ୍ତ ଭୀଷଣ ବାତ୍ୟାର ରୂପ ନେଇ ଲ୍ୟାଣ୍ଡଫଲ କରିଥିଲା ମୋକା।

ସ୍ଥଳଭାଗ ଛୁଇଁବା ବେଳକୁ ବାଂଲାଦେଶ ଓ ମିଆଁମାର ଉପକୂଳରେ ତାଣ୍ଡବ ଦେଖାଇଥିଲା ବାତ୍ୟା। ପବନର ଭୟଙ୍କର ଗର୍ଜନ ଦେଖିବାକୁ ମିଳିଥିଲା। ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟା ପ୍ରତି ପ୍ରାୟ ୨୫୦ କିଲୋମିଟର ବେଗରେ ବୋହୁଛି ପବନ। ସମୁଦ୍ରରେ ମାଡ଼ିଆସିଥିଲା ଉଚ୍ଚ ଜୁଆର। ପବନ ପ୍ରଭାବରେ ଭାଙ୍ଗିଛି ବଡ଼ ବଡ଼ ଗଛ। ମାଟିରେ ମିଶିଛି ଘରଦ୍ୱାର। ବାଂଲାଦେଶର କୋକ୍ସ ବଜାର ଓ ଉତ୍ତର ମିଆଁମାରର କ୍ୟାୟୁକ୍ୟୁ ଉପକୂଳ ମଝିରେ ସିତେଓ୍ଵରେ ସ୍ଥଳଭାଗ ଅତିକ୍ରମ କରିଛି ମୋକା। ସ୍ଥଳଭାଗକୁ ମାଡି ଆସିଛି ସମୁଦ୍ର।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.