Below header

ISCE ଦଶମ ଏବଂ ISC ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ, ଏମିତି ଚେକ୍‌ କରନ୍ତୁ ପରୀକ୍ଷା ଫଳ

ଆଇସିଏସଇ ଦଶମ ଓ ଆଇଏସସି ଦ୍ବାଦଶ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇଛି । ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ ଅଫିସିଆଲ୍ ୱେବସାଇଟ୍ cisce.org ଏବଂ results.cisce.org. କୁ ଯାଇ ପରୀକ୍ଷା ଫଳ ଦେଖିପାରିବେ ।

ଆଇସିଏସଇ ଦଶମ ଓ ଆଇଏସସି ଦ୍ବାଦଶ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇଛି । କାଉନସିଲ ଫର ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ୍ ଏକଜାମିନେସନ ( ସିଆଇଏସସିଇ) ପକ୍ଷରୁ ୨୦୨୩ର ଆଇସିଏସଇ ଓ ଆଇଏସସି ପରୀକ୍ଷା ଫଳ ପ୍ରକାଶ କରାଯାଇଛି। ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ ଅଫିସିଆଲ୍ ୱେବସାଇଟ୍ cisce.org ଏବଂ results.cisce.org. କୁ ଯାଇ ପରୀକ୍ଷା ଫଳ ଦେଖିପାରିବେ ।

ଚଳିତବର୍ଷ ଦଶମ ପାଇଁ  ପ୍ରାୟ ୨.୫ ଲକ୍ଷ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ସାମିଲ ହୋଇଥିଲେ । ଆଇସିଏସଇ ଚଳିତ ବର୍ଷ ପାସ ହାର ୯୮.୯୪ ପ୍ରତିଶତ ରହିଛି ।

ଚଳିତବର୍ଷ ଦ୍ୱାଦଶ ପାଇଁ ୯୮,୫୦୫ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ଏମାନଙ୍କ ମଧ୍ୟରେ ୫୧,୭୮୧ ଛାତ୍ର ,ବଂ ୪୬,୭୨୪ ଛାତ୍ରୀ ରହିଥିଲେ । ଆଇଏସସି ଦ୍ୱାଦଶ ପରୀକ୍ଷା ଫଳରେ ୫ ଜଣ ର‍୍ୟାଙ୍କ ୧ ହାସିଲ କରିଛନ୍ତି ।

ISC ଦ୍ୱାଦଶ ପରୀକ୍ଷା ଫଳ ଟପ୍‌ ଛାତ୍ରଛାତ୍ରୀ :

ରିୟା ଅଗ୍ରଓ୍ଵାଲ: ୯୯.୭୫ %
ଇପସିତା ଭଟ୍ଟାଚାର୍ଯ୍ୟ: ୯୯.୭୫ %
ମହମ୍ମଦ ଆର୍ୟ୍ୟନ ତାରିଖ : ୯୯.୭୫ %
ଶୁଭମ କୁମାର ଅଗ୍ରଓ୍ଵାଲ : ୯୯.୭୫ %
ମାନ୍ୟା ଗୁପ୍ତା : ୯୯.୭୫ %

ISCE ଦଶମ ପରୀକ୍ଷା ଫଳ ଟପ୍‌ ଛାତ୍ରଛାତ୍ରୀ ୨୦୨୩ : 

ରୁଶିଲ କୁମାର-୯୯.୮ ପ୍ରତିଶତ

ଅନନ୍ୟା କାର୍ତ୍ତିକ-୯୯.୮ ପ୍ରତିଶତ

ଶ୍ରେୟା ଉପାଧ୍ୟାୟ-୯୯.୮ ପ୍ରତିଶତ

ଅଦ୍ୱୟ ସରଦେସାଇ-୯୯.୮ ପ୍ରତିଶତ

ୟଶ ମନୀଷ ଭସିନ-୯୯.୮ ପ୍ରତିଶତ

ତନୟ ସୁଶିଲ ଶାହ-୯୯.୮ ପ୍ରତିଶତ

ହିୟା ସଂଘଭି-୯୯.୮ ପ୍ରତିଶତ

ଅଭିଶି ସିଂ-୯୯.୮ ପ୍ରତିଶତ

ସମ୍ୱିତ୍ ମୁଖୋପାଧ୍ୟାୟ-୯୯.୮ ପ୍ରତିଶତ

କେମିତି ଚେକ୍‌ କରିବେ ପରୀକ୍ଷା ଫଳ :

ପ୍ରଥମେ ବୋର୍ଡର ଅଫିସିଆଲ୍ ୱେବସାଇଟ୍ cisce.org କୁ ଯାଆନ୍ତୁ।

ଆଇସିଏସଇ କିମ୍ବା ଆଇଏସସି ପାଠ୍ୟକ୍ରମ ଚୟନ କରନ୍ତୁ।

ଏହା ପରେ ଇଣ୍ଡେକ୍ସ ନମ୍ବର, ୟୁଆଇଡି ଏବଂ କ୍ୟାପଚା କୋଡ୍ ଦେଇ ଲଗଇନ୍ କରନ୍ତୁ।

ଏହା ଆପଣଙ୍କ ଆଇସିଏସଇ କିମ୍ବା ଆଇଏସସିର ଫଳାଫଳ ସ୍କ୍ରିନ ଉପରେ ଆସିଯିବ।

ଏହାକୁ ଯାଞ୍ଚ କରନ୍ତୁ ଏବଂ ଡାଉନଲୋଡ୍ କରନ୍ତୁ ।

ଏହାପରେ ଆପଣ ନିଜର ପ୍ରିଣ୍ଟଆଉଟ୍‌ କାଢି ପାରିବେ ।

https://cisceresults.trafficmanager.net/

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.