Below header

ଖୋର୍ଦ୍ଧା ପୌରାଞ୍ଚଳର ଗରିବଙ୍କୁ ଥଇଥାନ ଓ ଜମିପଟା ପ୍ରଦାନ ଦାବି

ଭୁବନେଶ୍ବର (କେ ନ୍ୟୁଜ୍) : ଜଟଣୀ ସହର ଓ ଖୋର୍ଦ୍ଧା ପୌରାଞ୍ଚଳରେ ଝୁପୁଡ଼ିଘରେ ରହିଆସୁଥିବା ଗରିବ ପରିବାରଙ୍କୁ ଥଇଥାନ ସହ ଜମିପଟା ପ୍ରଦାନ ପାଇଁ ଜିଲ୍ଲା କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ଏହାସହ ଯୁଦ୍ଧକାଳୀନ ଭିତ୍ତିରେ ଜଟଣୀ ଫ୍ଲାଏଓଭର କାମ ଶେଷ କରିବା, ଫ୍ଲାଏଓଭର ଯୋଗୁ ବିସ୍ଥାପିତ ଲୋକଙ୍କୁ ଥଇଥାନ ଓ ଜଟଣୀରେ ବିଦ୍ୟୁତ୍ କାଟ୍ ସମସ୍ୟା ଦୂର କରିବା ପାଇଁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ଜଟଣୀ କଂଗ୍ରେସ କାର୍ୟ୍ୟାଳୟ ଠାରେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ସୁରେଶ ରାଉତରାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ୪ଟି ଦାବି ରଖାଯାଇଛି । ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଦଳ ଦାବି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.