ଖୋର୍ଦ୍ଧାରେ ଏନକାଉଣ୍ଟର

ଖୋର୍ଦ୍ଧା (କେ ନ୍ୟୁଜ୍) : ଏନକାଉଣ୍ଟର। ନିରାକାରପୁର ରାମେଶ୍ୱର ଛକରେ ଗତକାଲି ବିଳମ୍ବିତ ରାତିରେ ଏନକାଉଣ୍ଟର ହୋଇଛି। ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଖଜୁରିଆର ବବୁଲ ଓରଫ ଫିରୋଜ ଖାନ୍ ଆହତ ହୋଇଛି। ବବୁଲ ଗୋଡ଼ରେ ୨ଟି ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ବବୁଲକୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଆଜି ଭୋରରୁ ବବଲୁ ପୋଲିସ ଉପରକୁ ବୋମାମାଡ଼ କରି ଫେରାର୍ ହେଉଥିବାବେଳେ ପୋଲିସ ପାଲଟା ଗୁଳି ଚଳାଇଥିଲା।