ପୁରୀ କୋଣାର୍କ ମେରାଇନ ଡ୍ରାଇଭ ବେଳାଭୂମିରେ ହେବ ମଦ୍ୟପାନର ଅତ୍ୟାଧୁନିକ ବ୍ୟବସ୍ଥା, ବିରୋଧ କଲେ ବିଭିନ୍ନ ସଂଗଠନ

ପୁରୀ(କେନ୍ୟୁଜ୍): ପୁରୀ କୋଣାର୍କ ମେରାଇନ ଡ୍ରାଇଭ ବେଳାଭୂମିରେ ହେବ ମଦ୍ୟପାନର ଅତ୍ୟାଧୁନିକ ବ୍ୟବସ୍ଥା। ରାଜ୍ୟ ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ଏହି ଆବେଦନ ପ୍ରକ୍ରିୟା ଚାଲିଛି। ଆସନ୍ତାକାଲି ଆବେଦନର ଶେଷ ତାରିଖ। ତେବେ ଶ୍ରୀକ୍ଷେତ୍ର ପୁରୀରେ ଏଭଳି ପ୍ରୟାସକୁ ବିରୋଧ କରିଛନ୍ତି ସହରର ବିଭିନ୍ନ ସଂଗଠନ। ବିଶ୍ୱ ଆଧ୍ୟାତ୍ମିକ ସହରରେ ଓଟିଡିସି ପର୍ଯ୍ୟଟନ ଶିଳ୍ପର ବିକାଶ କରିବା ପରିବର୍ତ୍ତେ ମଦ ପ୍ରସାରର ଯୋଜନାକୁ କଡା ବିରୋଧ କରିଛନ୍ତି ପୁରୀର ବିଭିନ୍ନ ମଦ ବିରୋଧୀ ସଙ୍ଗଠନ।

wine protest

ମିଳିତ ଓଡିଶା ନିଶା ନିବାରଣ ଅଭିଯାନର ୨୫ରୁ ଉର୍ଦ୍ଧ୍ଵ ସଙ୍ଗଠନ ଏନେଇ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି। ଓଟିଡିସି ପକ୍ଷରୁ ହୋଇଥିବା ଟେଣ୍ଡର ପ୍ରକ୍ରିୟାକୁ ବିରୋଧ କରି ସିପିଆଇଏମ ପକ୍ଷରୁ ଜିଲ୍ଲାପାଳଙ୍କ ଅଫିସ୍‌ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦିଆଯାଇଛି। ଆଧ୍ୟାତ୍ମିକ ରାଜଧାନୀ ପୁରୀକୁ ତୀର୍ଥସ୍ଥଳୀରୁ ଭୋଗସ୍ଥଳୀରେ ପରିଣତ ନକରିବାକୁ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଚେତାବନୀ ଦେଇଛନ୍ତି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.