Below header

କଟକ: ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳଙ୍କ ମହାନତା, ରାସ୍ତା କଡ଼ରୁ ଦୁର୍ଘଟଣା ପୀଡିତାଙ୍କୁ ନିଜ କାରରେ ନେଲେ ହସ୍ପିଟାଲ

କଟକ(କେନ୍ୟୁଜ୍):  କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳଙ୍କ ମହାନତା। ଏକ ଜରୁରୀ କାର୍ଯ୍ୟରେ ଭୁବନେଶ୍ୱର ଯାଉଥିବା ବେଳେ କଟକ ପ୍ରତାପ ନଗରୀ ନିକଟ ଏନଏଚରେ ଦୁଇ ଜଣ ଯୁବତୀ ଦୁର୍ଘଟଣାର ଶିକାର ହୋଇ ରାସ୍ତାରେ ପଡିଥିଲେ ।

ଜଣେ ଯୁବତୀଙ୍କ ଗୋଡ଼ ଉପରେ ଗାଡ଼ି ଚଢି ଯାଇଥିବା ବେଳେ ଆଉ ଜଣେ ଯୁବତୀଙ୍କ ଛାତି ଓ ମୁଣ୍ଡରେ ଆଘାତ ଲାଗିଥିଲା।  ଏହା ଦେଖି  ସଙ୍ଗେ ସଙ୍ଗେ  ବିଧାୟକ ନିଜ ଗାଡିରୁ ବାହାରି ଆସି ତୁରନ୍ତ ତାଙ୍କ ଗାଡ଼ିରେ ଦୁଇ ଯୁବତୀଙ୍କୁ ବସାଇ ଏସିବି ମେଡିକାଲକୁ ଆଣି ତାଙ୍କର ସମସ୍ତ ଚିକିତ୍ସା କରାଇଥିଲେ। ସୌଭିକଙ୍କ ଏପରି ମହାନତା ପାଇଁ ଅନେକ ଲୋକ ତାଙ୍କୁ ପ୍ରଶଂସା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.