ଏହି ଖାଦ୍ୟକୁ ଦ୍ୱିତୀୟ ଥର ଗରମ କରି ଖାଆନ୍ତୁ ନାହିଁ, ହୋଇପାରେ ଶରୀର ପାଇଁ କ୍ଷତିକାରକ

ଅଧିକାଂଶ ଘରେ ଖାଦ୍ୟକୁ ଖାଇବା ପୂର୍ବରୁ ତିଆରି କରି ରଖି ଦିଅନ୍ତି ଓ ପରେ ଏହାକୁ ଗରମ କରି ଖାଇଥାନ୍ତି । ହେଲେ ଖାଦ୍ୟକୁ ଗରମ କରି ଖାଇବା ଦ୍ୱାରା ଏହା ଶରୀର ପାଇଁ ହାନୀକାରକ ହୋଇଥାଏ । ପୁଣି ଗରମ କରିବା ଦ୍ୱାରା ଖାଦ୍ୟରେ ଥିବା ଗୁଣ ତତ୍ତ୍ୱରେ ପରିବର୍ତ୍ତନ ଘଟିଥାଏ । ଯାହାକି ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଆଜି ଆସନ୍ତୁ ଜାଣିବା କେଉଁ ଖାଦ୍ୟକୁ ଗରମ କରି ଖାଇବା ଉଚିତ ନୁହେଁ ।

ଆଳୁ : ଆଳୁ ତରକାରୀକୁ ତିଆରି କରି ବେଶୀ ସମୟ ପର୍ଯ୍ୟନ୍ତ ରଖିବା ଉଚିତ ନୁହେଁ । ଏହାଦ୍ୱାରା ଆଳୁରେ ଥିବା ପୋଷକ ତତ୍ତ୍ୱ ଖରାପ ହୋଇଯାଇଥାଏ । ଏହା ହଜମ ପ୍ରକ୍ରିୟା ଉପରେ ପ୍ରଭାବ ପକାଇଥାଏ ।

ମଶରୁମ୍‌ : ସ୍ୱାଦ ତଥା ଭିଟାମିନରେ ଭରପୁର ଏହାକୁ ଲୋକେ ଆନନ୍ଦର ସହ ଖାଇଥାନ୍ତି । ମଶରୁମରେ ବହୁ ପ୍ରକାର ଖାଦ୍ୟ ଆଇଟମ ବନାଯାଇଥାଏ । ମଶରୁମକୁ କାଟିବା ଦ୍ୱାରା ଏଥିରେ ଥିବା ପ୍ରୋଟିନ ତତ୍ତ୍ୱ କମିଯାଇଥାଏ । ତେଣୁ ଏହାକୁ କାଟି କରି ରଖନ୍ତୁ ନାହିଁ । ଏହାକୁ ରାନ୍ଧିବା ପରେ ତୁରନ୍ତ ଖାଇ ଦିଅନ୍ତୁ । ଏହାକୁ ଦ୍ୱିତୀୟ ଥର ଗରମ କରି ଖାଇବା ଦ୍ୱାରା ପେଟ ଖରାପ ହୋଇଥାଏ ।

ପାଳଙ୍ଗ : ପାଳଙ୍ଗକୁ ଗରମ କରିବା ଦ୍ୱାରା ଏଥିରେ ଥିବା ନାଇଟ୍ରେଟ୍‌ ଗରମ ହୋଇଥାଏ । ଫଳରେ ଏହାକୁ ଖାଇବା ଦ୍ୱାରା ଶରୀରରେ କ୍ୟାନ୍‌ସର ଆଶଙ୍କା ସୃଷ୍ଟି ହୋଇଥାଏ । ପାଳଙ୍ଗ ଓ ପାଳଙ୍ଗରେ ତିଆରି କୌଣସି ବି ଖାଦ୍ୟ ଗରମ କରି ଖାଇବା ଦ୍ୱାରା ଶରୀର ପାଇଁ ଖରାପ ହୋଇଥାଏ । ସେହିପରି ଅଣ୍ଡାରେ ତିଆରି କୌଣସି ଖାଦ୍ୟ ଗରମ କରି ଖାଇଲେ ଶରୀର ପାଇଁ ହାନୀକାରକ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.