ଜନ୍ମମାଟି ବରଗଡ଼ କଟାପାଲିରେ ପହଞ୍ଚିଛି ସହିଦ୍‌ ହାବିଲଦାର ପ୍ରକାଶ ସାହୁଙ୍କ ମରଶରୀର, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ଶେଷକୃତ୍ୟ

ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦକା ସ୍ଥିତ ଏସଓଜି ଟ୍ରେନିଂ ସେଣ୍ଟରରେ ବିସ୍ଫୋରଣବେଳେ ସହିଦ୍‌ ପ୍ରକାଶ ସାହୁଙ୍କ ମରଶରୀର ତାଙ୍କ ଜନ୍ମମାଟି ବରଗଡ଼ କଟାପାଲିରେ ପହଞ୍ଚିଛି। ଏହାପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ କରାଯିବ। ଗତକାଲି ଟ୍ରେନିଂ ଚାଲିଥିବାବେଳେ ହତାଠ୍‌ ବିସ୍ଫୋରଣରେ ହାବିଲଦାରଙ୍କ ମୃତ୍ୟୁ ହୋଇଥିଲା।

ଚନ୍ଦକା ଏସଓଜି ଟ୍ରେନିଂ ସେଣ୍ଟରରେ କ୍ୟାଡେଟ ସର୍ଜେଣ୍ଟମାନଙ୍କୁ ଆଣ୍ଟି ଏକ୍ସଟ୍ରିମିଷ୍ଟ ଓ ଟାକଟିସ କୋର୍ସ ପ୍ରଶିକ୍ଷଣ ଚାଲିଥିବା ଗ୍ରେନେଡ ବିସ୍ଫୋରଣ ଘଟିଥିଲା । ଏଥିରେ ପ୍ରଶିକ୍ଷକ ହାବିଲଦାର ପ୍ରକାଶ ସାହୁ ଏବଂ ଜଣେ କ୍ୟାଡେଟ ସର୍ଜେଣ୍ଟ ଗୁରୁତର ଆହତ ହୋଇଥିଲେ । ଆଉ ଜଣେ କ୍ୟାଡେଟ ସର୍ଜେଣ୍ଟଙ୍କୁ ସାମାନ୍ୟ ଆଘାତ ଲାଗିିଥିଲା । ସେମାନଙ୍କୁ ଚିକିତ୍ସା ପାଇଁ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ପ୍ରଶିକ୍ଷକ ହାବିଲଦାର ପ୍ରକାଶ ସାହୁଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ପୋଲିସ ଡିଜି ଗଭୀର ଶୋକ ପ୍ରକାଶ କରିଛନ୍ତି । ମୃତ ହାବିଲଦାରଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.