Below header

SBIର ଗ୍ରାହକମାନଙ୍କୁ ବଡ ଝଟକା, ବ୍ୟାଙ୍କ ସଞ୍ଚୟ ଖାତାରୁ ଘଟାଇଲା ସୁଧ ଦର

ଦେଶର ସବୁଠାରୁ ବଡ ବ୍ୟାଙ୍କ୍ SBI ବା ଭାରତୀୟ ଷ୍ଟେଟ ବ୍ୟାଙ୍କ୍ ନିଜର କୋଟି କୋଟି ଗ୍ରାହକମାନଙ୍କୁ ଏକ ବଡ ଝଟକା ଦେଇଛି । ଗତକାଲି ବ୍ୟାଙ୍କ୍ ସେଭିଙ୍ଗ ଆକାଉଣ୍ଟରୁ ସୁଧ ଦର ହ୍ରାସ କରିବା ପାଇଁ ନିଷ୍ପତ୍ତି ନେଇଛି । ତେବେ ଏହା ୦.୨୫ ହ୍ରାସ କରି ୨.୭୫ ପ୍ରତିଶତ କରିବ ବୋଲି ଘୋଷଣା କରିଛି SBI । ନୂଆ ସୁଧ ଦର ଏପ୍ରିଲ ୧୫ ତାରିଖ ୨୦୨୦ରୁ ଲାଗୁ କରାଯିବ । ତେବେ ଏହି ହ୍ରାସ ପରେ ସଂଚୟ ଖାତାରେ ସୁଧ ଦର ୩ ପ୍ରତିଶତରୁ କମି ୨.୭୫ ପ୍ରତିଶତ ହୋଇଯାଇଛି । କେବଳ ସେତିକି ନୂହେଁ ଏହାସହିତ ୧୦ ଏପ୍ରିଲ ଠାରୁ ସମସ୍ତ ଅବଧି ଲୋନ୍ ଉପରେ MCLR (Merginal Cost of Landing Rates) ରେ ୦.୩୫ ପ୍ରତିଶତ ହ୍ରାସ କରାଯିବ ବୋଲି ମଧ୍ଯ ଘୋଷଣା କରାଯାଇଛି ।

ତେବେ ବ୍ୟାଙ୍କର କହିବା ଅନୁଯାୟୀ MCLR ରେ ହ୍ରାସ ପରେ ବାର୍ଷିକ ରୁଣରେ ସୁଧ ଦର ୭.୭୫ ପ୍ରତିଶତରୁ ହ୍ରାସ ହୋଇ ୭.୪୦ ପ୍ରତିଶତ ହୋଇଯିବ । ଏହାସହିତ MCLRରେ ଲିଙ୍କ୍ ୩୦ ବର୍ଷୀୟ ଅବଧିକୁ ହୋମ ଲୋନର EMI ପ୍ରତି ଲକ୍ଷ ହିସାବରେ ୨୪ ଟଙ୍କା କମ୍ ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.