ଏହି ମନ୍ଦିରରେ ଅତୃପ୍ତ ଆତ୍ମା ଏବଂ ଖରାପ ଲୋକଙ୍କ ବାଟ ଓଗାଳୁଛି ବିଷାକ୍ତ ସାପ, ସମୁଦ୍ରରେ ରହିଛି ଛଅଶହ ବର୍ଷର ପୁରୁଣା ସ୍ୱତନ୍ତ୍ର ମନ୍ଦିର “ତନାହ ଲୋତ ମନ୍ଦିର’

ଭାରତରେ ମନ୍ଦିରର ଅଭାବ ନାହିଁ । ଭାରତରେ ଅନେକ ଦେବାଦେବୀଙ୍କ ମନ୍ଦିର ରହିଛି । କିନ୍ତୁ ମୁସିଲମ ଦେଶ ଇଣ୍ଡୋନେସିଆରେ ଥିବା ଏକ ମନ୍ଦିର ଏହି ସ୍ଥାନକୁ ବେଶ୍‍ ସ୍ୱତନ୍ତ୍ର କରିଥାଏ । ଏହି ମନ୍ଦିର ସମୁଦ୍ର ତଟରେ ଥିବା ଏକ ବଡ ଚଟାଣ ଉପରେ ନିର୍ମିତ । ଏହି ଚଟାଣର ନିର୍ମାଣ ହଜାର ବର୍ଷ ପୂର୍ବରୁ ସମୁଦ୍ର ପାଣିର ଜୁଆର ଫଳସ୍ୱରୂପ ନିର୍ମିତ ହୋଇଥିଲା । ଏହି ମନ୍ଦିର ନିର୍ମାଣ ହେବାର ଏକ ଅଦ୍ଭୁତ କାହାଣୀ ରହିଛି, ଯାହାକୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବ ।

indonesia

ଏହି ମନ୍ଦିରକୁ “ତନାହ ଲୋତ ମନ୍ଦିର’ ନାମରେ ଜଣାଶୁଣା । ସ୍ଥାନୀୟ ଇଣ୍ଡୋନେସିଆ ଭାଷାରେ ଏହାର ଅର୍ଥ ସମୁଦ୍ର ଭୂମି । ଏହି ମନ୍ଦିର ବାଲିରେ ନିର୍ମିତ ସାଗର ତଟରେ ନିର୍ମିତ ସାତଟି ମନ୍ଦିର ମଧ୍ୟରୁ ଅନ୍ୟତମ । ଏହି ମନ୍ଦିର ଅନ୍ୟ ମନ୍ଦିର ଠାରୁ ଅଲଗା ହୋଇଥାଏ । ଏହି ମନ୍ଦିର ଯେଉଁ ପଥରରେ ନିର୍ମିତ ହୋଇଛି, ତାହା ୧୯୮୦ରେ ଦୁର୍ବଳ ହୋଇ ହଲିବାକୁ ଲାଗିଥିଲା । ତା’ ପରେ ହିଁ ମନ୍ଦିର ଏବଂ ତା ଆଖପାଖ ଅଞ୍ଚଳକୁ ବିପଦପୂର୍ଣ୍ଣ ଘୋଷଣା କରାଯାଇଥିଲା । ପରେ ଜାପାନ ସରକାର ଏହା ବଞ୍ଚାଇବା ପାଇଁ ଇଣ୍ଡୋନେସିଆ ସରକାରଙ୍କ ସାହାଯ୍ୟ କରିଥିଲେ । ତା’ ପରେ ଏହାକୁ ଏକ କୃତ୍ରିମ ଚଟାଣ ଦ୍ୱାରା ମଜବୁତ କରି ନୂଆ ରୂପ ଦିଆଯାଇଥିଲା ।

tt

କୁହାଯାଏ, ଅତୃପ୍ତ ଆତ୍ମା ଏବଂ ଖରାପ ଲୋକଙ୍କ ଠାରୁ ଏହି ମନ୍ଦିରର ସୁରକ୍ଷା ପଥର ତଳେ ଥିବା ଏକ ବିଷାକ୍ତ ଏବଂ ବିପଦପୂର୍ଣ୍ଣ ସାପ କରିଥାଏ ବୋଲି ଲୋକେ କୁହନ୍ତି । ଏଠିକାର ପୂଜାରୀ ନିରର୍ଥ ନିଜର ଶକ୍ତି ବଳରେ ଏପରି ବିଶାଳ ସମୁଦ୍ର ସାପକୁ ଉତ୍ପନ୍ନ କରିଛନ୍ତି ବୋଲି ମଧ୍ୟ ଲୋକବାଣୀ ରହିଛି । ଯାହା ଆଜିପର୍ଯ୍ୟନ୍ତ ଏହି ମନ୍ଦିରର ସୁରକ୍ଷା କରିଆସୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.