Below header

ଟ୍ରାନ୍ସଜେଣ୍ଡରଙ୍କ ଶକ୍ତି କାଫେ, ଯେଉଁଠି ଲାଗୁଛି ଲୋକଙ୍କ ଭିଡ

ବାଲେଶ୍ୱର (କେନ୍ୟୁଜ) : ସ୍ୱାଦିଷ୍ଟ ଚା ଦେଉଛନ୍ତି କିନ୍ନର। ନିଜ ଗୋଡରେ ନିଜେ ଛିଡା ହେବାକୁ କିନ୍ନରଙ୍କ ପ୍ରୟାସ। ଆରମ୍ଭ କରିଛନ୍ତି ଶକ୍ତି କାଫେ। ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ପରିସରରେ ପ୍ରଥମ କରି ଜିଲ୍ଲା ପ୍ରଶାସନ ପକ୍ଷରୁ ୫ ଜଣ କିନ୍ନର କାଫେ କରିଛନ୍ତି। ଯାହାର ଶୁଭାରମ୍ଭ ହେବା ମାତ୍ରକେ ହିଁ ଲୋକଙ୍କର ଲାଇନ୍‌ ଲାଗିଲାଣି।

କିନ୍ନରଙ୍କୁ ସ୍ୱାବଲମ୍ବୀ କରିବା କ୍ଷେତ୍ରରେ ଆଉ ଏକ ପଦକ୍ଷେପ ନେଇଛନ୍ତି ରାଜ୍ଯ ସରକାର। ରାଜ୍ଯରେ ମହିଳାମାନଙ୍କୁ ରୋଜଗାରକ୍ଷମ ଓ ଆତ୍ମର୍ନିଭରଶୀଳ କରିବା ପାଇଁ ରାଜ୍ଯ ସରକାର ଅନେକ ଯୋଜନା ହାତକୁ ନେଇଥିବା ବେଳେ ଆମ ରାଜ୍ଯର ଅନେକ ମହିଳା ଆତ୍ମର୍ନିଭରଶୀଳ ହୋଇପାରିଛନ୍ତି । ସେହି ଦୃଷ୍ଟିରୁ ଏବେ କିନ୍ନର ମାନଙ୍କୁ ମୁଖ୍ଯ ସ୍ରୋତ ତଥା ସେମାନଙ୍କୁ ଆତ୍ମ ର୍ନିଭରଶୀଳ କରିବା ପାଇଁ ବାଲେଶ୍ୱରରେ ପ୍ରଥମ କରି ଆରମ୍ଭ ହୋଇଛି ଶକ୍ତି କାଫେ।

ମହିଳାମାନଙ୍କ ଭଳି କିନ୍ନର ମାନେ ବି ହେବେ ସ୍ୱାବଲମ୍ବୀ ଓ ଆତ୍ମର୍ନିଭରଶୀଳ । ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ପରିସର ରେ ପ୍ରଥମ କରି ଜିଲ୍ଲା ପ୍ରଶାସନ ପକ୍ଷରୁ ୫ ଜଣ କିନ୍ନର କାଫେ କରିଛନ୍ତି । କିନ୍ନର ମାନେ ପ୍ରଥମେ ଏକ ସ୍ୱୟଂ ସହାୟକ ଗୋଷ୍ଠୀରେ ସାମିଲ ହେଲେ ଏବଂ ପରେ ସେମାନଙ୍କ ପାଇଁ ଆରମ୍ଭ କରାଗଲା ଶକ୍ତି କାଫେ। ଯାହା ଉଦଘାଟନ କରିଛନ୍ତି ବାଲେଶ୍ୱର ଜିଲ୍ଲାପାଳ।

ପୂର୍ବରୁ କିନ୍ନର ମାନେ ସମାଜ ରେ ମୁଖ୍ଯସ୍ରୋତ ଠାରୁ ବହୁ ଦୂରରେ ଥିଲେ। ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ଟ୍ରେନ୍‌ ରେ ମାଗି ଜୀବିକା ର୍ନିବାହ କରୁଥିଲେ। ସମାଜରେ ଯେଭଳି ଏକ ଅଲୋଡ଼ା ଜୀବନ ବିତାଉଥିଲେ । ଅନ୍ଯପ ଟେଟ୍ରାନ୍ସଜେଣ୍ଡର ପାଇଁ ଓଡ଼ିଶା ସରକାର ସମାନ ସୁଯୋଗ ନୀତି ପ୍ରଣୟନ କରିଛନ୍ତି । ସରକାରଙ୍କ ପକ୍ଷରୁ ବିଭିନ୍ନ ବିଭାଗ ପାଇଁ ଆବଶ୍ଯକୀୟ ପଦ ପଦବୀ ପାଇଁ ରାଜ୍ଯ ସରକାର ଟ୍ରାନ୍ସଜେଣ୍ଡରଙ୍କ ପାଇଁ ସ୍ୱତନ୍ତ୍ର ସୁଯୋଗ ଆଣିଛନ୍ତି । ସେମାନେ କୌଣସି ପଦବୀ ପାଇଁ ଆବେଦନ , ତାଲିମ ଓ ପଦୋନ୍ନତି ହୋଇ ପାରିବ । ଏଥିରେ ଯେଉଁମାନେ ବିରୋଧ କରିବେ ସେମାନଙ୍କୁ ଆଇନ ଅନୁସାରେ ମଧ୍ୟ ଦଣ୍ଡର ବ୍ଯବଧାନ ରହିଛି ।

ବାଲେଶ୍ୱର ଜିଲ୍ଲାପାଳ ଙ୍କ ଦପ୍ତରରେ ସବୁବେଳେ ଗହଳି ଚହଳି ଦେଖିବାକୁ ମିଳେ । ଯେଉଁଥିରେ ଏବେ କିନ୍ନର ମାନେ ସେମାନଙ୍କ ଦ୍ୱାରା ଖୋଲା ଯାଇଥିବା କାଫେରେ ବିସ୍କୁଟ , ଚା,କଫି ବିକ୍ରୀ କରି ନିଜେ ଆତ୍ମର୍ନିଭଶୀଳ ହେବା ସହ ଗୁଜୁରାଣ ମେଣ୍ଟାଇ ପାରିବେ। ଏହିପରି ଭାବେ ପରବର୍ତ୍ତୀ ସମୟରେ ମଧ୍ୟ କିନ୍ନର ମାନେ ଯେମିତି ବିଭିନ୍ନ ସୁବିଧା ସୁଯୋଗ ପାଇପାରିବେ ସେଥିପ୍ରତି ଧ୍ୟାନ ଦିଆଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.