Below header

୨୦୨୨ ରେ ମାଇଥୋଲୋଜିକାଲ ଫିଲ୍ମ ର ବଡ ସ୍କ୍ରିନ ରେ ହେବ ବଡ ଧମାକା, ‘ବ୍ରହ୍ମାସ୍ତ୍ର’ ଠାରୁ ଆରମ୍ଭ କରି ‘ଆଦିପୁରୁଷ’ ପର୍ଯ୍ୟନ୍ତ ଅନେକ ବିଗ ବଜେଟ ଫିଲ୍ମ ଲିଷ୍ଟ ରେ ସାମିଲ

୨୦୨୧ ଦର୍ଶକମାନଙ୍କ ସାମ୍ନାକୁ ଅନେକ ଭଲ ଭଲ ଫିଲ୍ମ ଓ ୱେବସିରିଜ ନେଇ ଆସିଛି । କୋଭିଡ କଟକଣା ମଧ୍ୟରେ ବି ଇଣ୍ଡିଆନ ଫିଲ୍ମ ଇଣ୍ଡଷ୍ଟ୍ରି, ଫିଲ୍ମ ପ୍ରେମୀଙ୍କ ପାଇଁ ଅନେକ ପ୍ରକାରର ରୋମାଞ୍ଚକର ଫିଲ୍ମ ମନୋରଞ୍ଜନ ପାଇଁ ଦର୍ଶକଙ୍କ ସାମ୍ନାକୁ ଆଣିଛି । ଯାହାଦ୍ୱାରା କୋଭିଡ –୧୯ ର ଏତେ ଖରାପ ସମୟ ମଧ୍ୟରେ ବି ଲୋକେ ଏଣ୍ଟରଟେନ ହୋଇଛନ୍ତି ।

ତେବେ ବର୍ତ୍ତମାନ କୋଭିଡ ର ପରିସ୍ଥିତି କିଛି ମାତ୍ରାରେ ଆୟତ୍ତକୁ ଆସିବା ପରେ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରି ମଧ୍ୟ ନିଜ ଦର୍ଶକଙ୍କ ପାଇଁ ଅନେକ ଭଲ ଫିଲ୍ମ ଆଣିବା ପାଇଁ ଯୋଜନା କରିଛି । ତେଣୁ ଆଗାମୀ ବର୍ଷ ମାନେ ୨୦୨୨ ମସିହାରେ ମଧ୍ୟ ଏମିତି କିଛି ଫିଲ୍ମ ଆସିବାକୁ ଯାଉଛି, ଯାହାକି ପୌରାଣିକ କାହାଣୀ ଉପରେ ଆଧାରିତ । ଏମିତିକି ଏହି ଫିଲ୍ମ ଗୁଡିକର ଟିଜର ଓ ଟ୍ରେଲର ମଧ୍ୟ ଆସିବାକୁ ଲାଗିଲାଣି, ଯାହାକୁ ଦେଖି ଦର୍ଶକମାନେ ଭଲ ରେସପନ୍ସ ଦେଉଛନ୍ତି । ଆସନ୍ତା ବର୍ଷ ଆସିବାକୁ ଯାଉଛି ସୁପର ଷ୍ଟାରଙ୍କର ସୁପର ବଜେଟ ମୁଭି ।

ଆପଣ ଜାଣିଛନ୍ତି ୨୦୨୧ ଶେଷ ହେବାକୁ ଆସିଲାଣି,ନୂଆ ବର୍ଷ ପାଇଁ ସମସ୍ତେ ରେଡି । ଏମିତିକି ହିନ୍ଦୀ ସିନେମା ଜଗତ ମଧ୍ୟ ଦର୍ଶକମାନଙ୍କୁ ଭର ପୁର ମନୋରଞ୍ଜନ ଦେବା ପାଇଁ ପୁରା ରେଡି। ଫିଲ୍ମ ନିର୍ଦ୍ଦେଶକ ଓ ପ୍ରୋଡ୍ୟୁସର ନୂଆ ଫିଲ୍ମ ରିଲିଜ୍‌ ତାରିଖ ଘୋଷଣା କରିବା ମଧ୍ୟ ଆରମ୍ଭ କରିସାରିଲେଣି ।

RRR
Picture Credit – News Bytes

ତେବେ ଆଗକୁ ଆସିବାକୁ ଥିବା ମେଗା ମାଇଥୋଲୋଜିକାଲ ଓ ଡ୍ରାମା ଫିଲ୍ମ ମଧ୍ୟରେ ରହିଛି RRR  ବ୍ରହ୍ମାସ୍ତ୍ର,ସମଶେରା,ଆଦିପୁରୁଷ ଓ ପୃଥ୍ଵୀରାଜ ଚୌହାନ ।

ବାହୁବଳୀ ସୁପର ଷ୍ଟାର ପ୍ରଭାସ ଙ୍କର ଫିଲ୍ମ ‘ଆଦି ପୁରୁଷ’ ଠାରୁ ଆରମ୍ଭ କରି ରଣବୀର କପୁରଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ପର୍ଯ୍ୟନ୍ତ ବଡ ବଡ ବଜେଟ ଫିଲ୍ମ ବଡ ପର୍ଦ୍ଦାରେ ରିଲିଜ ହେବ । ଏମିତିକି ଆସୁଥିବା ବର୍ଷରେ ଦର୍ଶକମାନେ ଭରପୁର ମନୋରଂଜନ ପାଇ ପାରିବେ । ୨୦୨୨ ମସିହାରେ ବଡ ଫିଲ୍ମ ର ରିଲିଜ ମଧ୍ୟରୁ ନୂଆ ବର୍ଷର ଆରମ୍ଭରୁ ହିଁ ଏସ୍‌ ଏସ୍‌ ରାଜାମୌଲିଙ୍କ ଆରଆରଆର ଫିଲ୍ମ ୨୦୨୨ ଜାନୁୟାରୀ ୭ ରେ ହଲ୍‌ ରେ ରିଲିଜ ହେବ । ଏଥିରେ ମେଗା ଷ୍ଟାର ଜୁନିଅର ଏନଟିଆର, ରାମ ଚରନ ଓ ଆଲିଆ ଭଟ୍ଟଙ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମ ର ଟ୍ରେଲର ରିଲିଜ ହୋଇ ସାରିଛି ଯାହାକୁ ଦେଖି ଫ୍ୟାନ୍ସମାନେ ଏହି ଫିଲ୍ମ ପାଇଁ ଉତ୍ସାହିତ ଅଛନ୍ତି । କାରଣ ଟ୍ରେଲର ମଧ୍ୟ ରୋମଟାଙ୍କୁରିଦେବା ଭଳି ହୋଇଛି । ୧୯୨୦ ମସିହାର ବ୍ରିଟିଶ ଶାସନ ଓ ବିଳ୍ପବ ବିପକ୍ଷରେ ଫିଲ୍ମ ଟି ଆଧାରିତ । ଖାଲି ସେତିକି ନୁହେଁ ବନ୍ଧୁତ୍ୱ ବିଷୟରେ ମଧ୍ୟ ଏହି ଫିଲ୍ମରୁ ଆପଣଙ୍କୁ ଅନେକ କିଛି ଶିଖିବାକୁ ମିଳିବ ।

Adipurush
Picture Credit – The New Indian Express

ଏହା ପରେ ରହିଛି ବାହୁବଳି ଷ୍ଟାର ପ୍ରଭାସଙ୍କ ପୌରାଣିକ ଫିଲ୍ମ ‘ଆଦି ପୁରୁଷ’ ଯାହାକି ଆସନ୍ତା ବର୍ଷ ଅଗଷ୍ଟ ୧୧ରେ ରିଲିଜ ହେବାକୁ ଯାଉଛି । ଏହା ଏକ ହିନ୍ଦୁ ମାଇଥୋଲୋଜିକାଲ ଫିଲ୍ମ । ଏହି ଫିଲ୍ମରେ ପ୍ରଭାସ ଙ୍କୁ ଲିଡ ରୋଲରେ ଦେଖିବାକୁ ମିଳିବ । ଆଦି ପୁରୁଷ ଚରିତ୍ରରେ ଦେଖାଯିବେ ପ୍ରଭାସ ଓ କ୍ରିତି ସାନନଙ୍କୁ ସୀତାଙ୍କ ଚରିତ୍ର ଏବଂ ସୈଫଅଲ୍ଲୀ ଖାନଙ୍କୁ ଲଙ୍କେସ ବା ରାବଣ ଚରିତ୍ରରେ ଦେଖିବାକୁ ମିଳିବ ।
‘ଆଦି ପୁରୁଷ’ ଇଣ୍ଡିଆନ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠାରୁ ହାଇ ବଜେଟ ଫିଲ୍ମ, ଯାହାକି ପୂର୍ବରୁ କେବେ ହୋଇ ନାହିଁ । ଆସନ୍ତା ବର୍ଷ ଅଗଷ୍ଟ ୧୧ରେ ହିଁ ଏହି ଫିଲ୍ମ ଥିଏଟର ରେ ରିଲିଜ ହେବ ।

pruthiraj
Picture Credit – Bollywood Tadka

ଫିଲ୍ମ ନିର୍ଦ୍ଦେକମାନେ ଆସନ୍ତା ବର୍ଷ ମାନେ, ୨୦୨୨ ମସିହା ଶୁକ୍ରବାର ଦିନ ହିଁ ଫିଲ୍ମ ରିଲିଜ କରିବା ପାଇଁ ପ୍ଲାନିଙ୍ଗ କରିଛନ୍ତି । ନୂଆ ବର୍ଷର ଆରମ୍ଭରେ ହିଁ ୟସରାଜ ବ୍ୟାନର ଫିଲ୍ମ ‘ପୃଥ୍ଵୀରାଜ’ ମଧ୍ୟ ବଡ ପରଦାରେ ରିଲିଜ ହେବାକୁ ଯାଉଛି । ଅକ୍ଷୟ କୁମାରଙ୍କର ଏହି ଫିଲ୍ମ ପୃଥ୍ଵୀରାଜ ର ରିଲିଜ ବର୍ଷ ଆରମ୍ଭ ଜାନୁୟାରୀ ୨୧ରେ ରିଲିଜ ହେବା ପାଇଁ ଡେଟ ଘୋଷଣା କରାଯାଇଛି । ତେବେ ଏହି ଫିଲ୍ମରେ ୨୦୧୭ ମିସ୍‌ ୱାର୍ଲ୍ଡ ମାନୁଷୀ ଚିଲ୍ଲର ବଲିଉଡରେ ନିଜର ଡେବ୍ୟୁଟ୍‌ କରୁଛନ୍ତି । ଏହା ଛଡା ସୋନୁ ସୁଦ ଓ ସଞୟ ଦତ୍ତଙ୍କୁ ମଧ୍ୟ ପ୍ସେସାଲ କ୍ୟାରେକ୍ଟରେ ଦେଖିବାକୁ ମିଳିବ । ଏହି ଫିଲ୍ମ ରାଜପୁତ ପୃଥ୍ଵୀରାଜ ଚୌହାନଙ୍କ ବୀରତ୍ୱ ଜୀବନ ଉପରେ ଆଧାରିତ ।

 

ଏହା ପରେ ଆସୁଛି ୟଶରାଜ ବ୍ୟାନର ଫିଲ୍ମ ‘ଶମଶେରା’ ଯାହାକୁ ନିର୍ଦ୍ଦେଶନା ଦେଇଛନ୍ତି କରନ ମାଲହୋତ୍ରା । ଏହି ଫିଲ୍ମରେ ରଣବୀର କପୁରଙ୍କୁ ଏକ ନୂଆ ଭୂମିକାରେ ଦେଖିବାକୁ ମିଳିବ । ସଞ୍ଜୟ ଦତ୍ତଙ୍କୁ ମଧ୍ୟ ଆଣ୍ଟାଗୋନିଷ୍ଟ ଚରିତ୍ର ପ୍ଲେ କରୁଥିବା ଦେଖିବାକୁ ମିଳିବ । ଏହି ଫିଲ୍ମ ମାର୍ଚ ୧୮ ରେ ହଲ ରେ ରିଲିଜ ହେବା ପାଇଁ ଯାଉଛି । ରଣବୀର କପୁରଙ୍କ ର ହିରୋଇନ ଅଛନ୍ତି ଭାନୀ କପୁର ।

 Brahmastra
Picture Credit – IMDb

ଆଗାମୀ ବର୍ଷ ଅନ୍ୟ ଏକ ହାଇ ବଜେଟ ଚର୍ଚ୍ଚିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ମଧ୍ୟ ଫିଲ୍ମ ହଲରେ ରିଲିଜ ହେବ । ଧର୍ମା ପ୍ରଡକ୍ସନର ଏହି ଫିଲ୍ମରେ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କୁ ଲିଡ୍‌ ରେ ଦେଖିବାରୁ ମିଳିବ । ଏହି ଫିଲ୍ମରେ ନାଗୀନ ଫେମ ମୌନି ରୟଙ୍କୁ ମଧ୍ୟ ଦର୍ଶକ ଦେଖିବାକୁ ପାଇବେ । ବିଗ ବି ଅମିତାଭ ବଚ୍ଚନ ଓ ଅନ୍ୟ ବଡ ବଡ ଷ୍ଟାରଙ୍କୁ ମଧ୍ୟ ଏହି ଫିଲ୍ମରେ ଦେଖିବାକୁ ମିଳିବ । ଏଥି ପାଇଁ ଏବେ ଠାରୁ ହିଁ ପ୍ରୋମୋସନ କରିବାକୁ ଲାଗିଲେଣଇ ଫିଲ୍ମ ଷ୍ଟାର। ତେବେ ଏହା ମଧ୍ୟ ଆଗାମୀ ବର୍ଷ ସେପ୍ଟେମ୍ବର ୫ ରେ ରିଲିଜ ହେବ । ତେଣୁ ଏହି ସବୁ ଫିଲ୍ମ ର ଟିଜର ଓ ଟ୍ରେଲର ଦେଖିସାରିବା ପରେ ଦର୍ଶକଙ୍କ ଅପେକ୍ଷା ରେବଳ ଫିଲ୍ମକୁ । ଦେଖିବାକୁ ବାକି ରହିଲା କେଉଁ ଫିଲ୍ମ ବକ୍ସ ଅଫିସ ରେ କେତେ ଧମାଲ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.