ସୁପରଷ୍ଟାର ରାଜେଶ ଖାନ୍ନାଙ୍କ ଉପରେ ପ୍ରସ୍ତୁତ ହେବ ବାୟୋପିକ୍, ଫରାହ ଖାନ ଦେବେ ନିର୍ଦ୍ଦେଶନା

ହିନ୍ଦୀ ସିନେମାର ସବୁଠୁ ବଡ ସୁପରଷ୍ଟାର ଭାବରେ ଜଣାଶୁଣା ସ୍ୱର୍ଗତ ଅଭିନେତା ରାଜେଶ ଖାନ୍ନାଙ୍କ ଉପରେ ଖୁବ୍ ଶୀଘ୍ର ଏକ ବାୟୋପିକ୍ ପ୍ରସ୍ତୁତ ହେବାକୁ ଯାଉଛି। ସୂଚନାଯୋଗ୍ୟ ଯେ, ‘ଓମ୍ ଶାନ୍ତି ଓମ୍’, ‘ମେ ହୁଁ ନା’ ଏବଂ ‘ହାପି ନ୍ୟୁ ୟର’ ଭଳି ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ଫରାହ ଖାନ୍ ରାଜେଶ ଖାନ୍ନାଙ୍କ ଉପରେ ବାୟୋପିକ୍ ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି । ଅଭିନେତା ତଥା ନିର୍ମାତା ନିଖିଲ ଦ୍ୱିବେଦୀ ଏହି ଫିଲ୍ମର ପ୍ରଡ୍ୟୁସର ରହିବେ।

ରାଜେଶ ଖାନ୍ନାଙ୍କ ଉପରେ ନିର୍ମିତ ବାୟୋପିକ୍ ଗୌତମ ଚିନ୍ତାମଣିଙ୍କର ପୁସ୍ତକ ଡାର୍କ ଷ୍ଟାର: ଦ ଲନଲିନେସ୍ ଅଫ୍‌ ବିଙ୍ଗ୍‌ ରାଜେଶ ଖାନ୍ନା ଉପରେ ଆଧାରିତ ହେବ। ପ୍ରୋଜେକ୍ଟ ବିଷୟରେ ପ୍ରଡ୍ୟୁସର ନିଖିଲ କହିଛନ୍ତି , ହଁ ମୁଁ ଗୌତମ ଚିନ୍ତାମଣିଙ୍କର ପୁସ୍ତକ ଡାର୍କ ଷ୍ଟାରର ରାଇଟ୍ସ ନେଇଛି ଏବଂ ଫିଲ୍ମ ତିଆରି କରିବା ପାଇଁ ମୋର ଫରାହ ଖାନଙ୍କ ସହ କଥାବାର୍ତ୍ତା ଚାଲୁ ରହିଛି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବା ସହିତ ଫରାହ ଖାନ ପୁସ୍ତକର ଲେଖକ ସହିତ ଏହି ଚଳଚ୍ଚିତ୍ରର ସ୍କ୍ରିପ୍ଟ ମଧ୍ୟ ଲେଖିବେ।

ରାଜେଶ ଖାନ୍ନାଙ୍କ ବାୟୋପିକ ଉପରେ ମନ୍ତବ୍ୟ ଦେଇ ଫରାହ ଖାନ କହିଛନ୍ତି, “ହଁ, ମୁଁ ଗୌତମ ଚିନ୍ତାମଣିଙ୍କ ଦ୍ୱାରା ଲିଖିତ ରାଜେଶ ଖାନ୍ନାଙ୍କ ପୁସ୍ତକ ପଢିଛି, ଯାହା ଏକ ମଜାଦାର ପୁସ୍ତକ ଅଟେ। ଆମେ ଏହା ଉପରେ ଏକ ଫିଲ୍ମ ନିର୍ମାଣ ବିଷୟରେ ଆଲୋଚନା କରୁଛୁ । ‘ମୁଁ ଅଧିକ କିଛି କହି ପାରିବି ନାହିଁ’।

ନିଖିଲ କହିଛନ୍ତି , ବର୍ତ୍ତମାନ ପାଇଁ ମୁଁ କେବଳ ଏମିତି କହି ପାରିବି। ଯେମିତି ଏହି ବିଷୟରେ ଆଉ କିଛି କଥା ଆଗେଇବ ମୁଁ ସବୁ ସେୟାର କରିବି , କାରଣ ରାଜେଶ ଖାନ୍ନାଙ୍କର କାହାଣୀକୁ ବଡ଼ ପରଦାରେ ଆଣିବାକୁ ବହୁତ ଏକ୍ସାଇଟେଡ୍‌। ଫରାହ ଖାନ ଏହି ଫିଲ୍ମର ନିର୍ଦ୍ଦେଶକ ହୋଇ ପାରନ୍ତି ,ସେ କହିଛନ୍ତି କି , ହଁ ମୁଁ ଗୌତମଙ୍କର ପୁସ୍ତକର ପଢ଼ିଛି ଏବଂ ଏହା ଖୁବ୍‌ ହୃଦୟସ୍ପର୍ଶୀ ।

ରାଜେଶ ଖାନ୍ନାଙ୍କ ପ୍ରକୃତ ନାମ ଥିଲା ଜତିନ୍ ଖାନ୍ନା ଏବଂ ସେ ୧୯୬୬ ମସିହାରେ ଚେତନ ଆନନ୍ଦଙ୍କ ନିର୍ଦ୍ଦେଶିତ ଫିଲ୍ମ ‘aakhri khat’ ସହିତ ହିନ୍ଦୀ ସିନେମା ଜଗତରେ ଡେବ୍ୟୁ କରିଥିଲେ। ରାଜେଶ ଖାନ୍ନାଙ୍କ ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ‘ସୁପରଷ୍ଟାର’ ଶବ୍ଦଟି ପ୍ରସ୍ତୁତ କରାଯାଇଥିଲା । ତାଙ୍କ ସମୟରେ ଝିଅ ମାନଙ୍କ ମଧ୍ୟରେ ତାଙ୍କର ପ୍ରଶଂସକ ଅନୁସରଣ କରିବା ଅଦ୍ଭୁତପୂର୍ବ ଥିଲା ଏବଂ ଝିଅ ମାନେ ତାଙ୍କ ପ୍ରତି ସେମାନଙ୍କ ପ୍ରେମ ଦେଖାଇବା ପାଇଁ ରକ୍ତରେ ଦାଗ ଲେଖିଥିବା ଘଟଣା ମଧ୍ୟ ରିପୋର୍ଟ କରାଯାଇଥିଲା ।

ରାଜେଶ ଖାନ୍ନାଙ୍କ ବାୟୋପିକରେ କିଏ ଟାଇଟଲ୍ ଚରିତ୍ରରେ ଅଭିନୟ କରିବେ, ବର୍ତ୍ତମାନ ସୁଦ୍ଧା ନିର୍ମାତାମାନେ କୌଣସି ଘୋଷଣା କରିନାହାଁନ୍ତି ଏବଂ ଫିଲ୍ମର ସୁଟିଂ କେବେ ଆରମ୍ଭ ହେବ ସେନେଇ ନିର୍ମାତାଙ୍କଠାରୁ ବି କୌଣସି ସୂଚନା ଦିଆଯାଇ ନାହିଁ।