ଏମିତି ସ୍ବାମୀ ପଣିଆକୁ ଛି !

ଭୁବନେଶ୍ବର(କେନ୍ଯୁଜ୍) : ବର୍ତ୍ତମାନ ଯୁଗରେ ସଂପର୍କ  ଆଉ ସଂପର୍କ ହୋଇ ରହିନାହିଁ । ଏହା ପଲଟିଯାଇଛି ପିଲା ମାନଙ୍କ ବୋହୁଚୋରୀ ଖେଳ। ନିକଟରେ ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ବରରେ । ସକଳା ୯ଟାରୁ ସନ୍ଧ୍ଯା ୪ଟା ପର୍ଯ୍ଯନ୍ତ ଶାଶୂ ଘରର ଗେଟ୍ ବାହାରେ ବସି ରହିଲେ ବୋହୁ ଏବଂ ନିଜେ ନିଜ ଝିଅକୁ ପାଇବାକୁ କରୁଥିଲେ ଗୁହାରୀ । ବିବାହର ୩ମାସ ପରଠୁ ବାପ ଘରେ ରହି ଆସୁଛନ୍ତି ମମତା । ସ୍ବାମୀ କିମ୍ବା ଶାଶୂ ଘର ଲୋକେ ମମତାଙ୍କୁ ଗ୍ରହଣ କରୁ ନାହାଁନ୍ତି। କାରଣ, ଇଂଜିନିୟର ପୁଅକୁ ଯେତିକି ଯୌଉତୁକ ଦେବା କଥା ସେତିକି ଦେଇ ପାରି ନାହାଁନ୍ତି ମମତାଙ୍କ ବାପା। ଏହାର ଦଣ୍ଡ ଭୋଗୁଛନ୍ତି ମମତା ଏବଂ ତାଙ୍କ ଝିଅ। ନଅ ମାସ ଗର୍ଭରେ ରଖି ଜନ୍ମ କରିଥିବା ନିଜ ଝିଅକୁ ପାଇଲା ଆସାରେ ଶଶୂର ଘର ବାହାରେ ପଡ଼ି ରହୁଛନ୍ତି।

ବିବାହ ପୂର୍ବରୁ ବିନା ଯୌଉତୁକରେ ନେଇଥିଲେ ବୋହୂକୁ । ପୁଅ ଟିସିଏସରେ ଚାକିରି କରିଥିବାରୁ ବୋହୂଙ୍କୁ କହିଥିଲେ ଚାକିରୀ ଛାଡିବା ପାଇଁ କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ବଦଳି ଗଲା ମାନସିକତା । ଦିନକୁ ଦିନ ବଢି ଚାଲିଲା ଡିମାଣ୍ଡ୍। ନିର୍ଯାତନା ଏତେ ବଢିଯାଇଥିଲା ଯେ, ବାପ ଘରକୁ ଫେରିଆସିବାକୁ ବାଧ୍ଯ ହେଲେ ମମତା। ଭାବିଥିଲେ ପରିସ୍ଥିତି ବଦଳିବ, ହେଲେ ବିତିଯାଇଛି ବିବାହର ୪ ବର୍ଷ ହେଲେ ବୋହୂକୁ ଫେରାଇ ନେବେ କଣ ନାତୁଣୀକୁ ଛଡାଇ ନେବାକୁ ଚକ୍ରାନ୍ତ କରୁଛନ୍ତି ଶଶୂର ଘରଲୋକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.