ମାନସଙ୍କ ଘରେ କ୍ରାଇମବ୍ରାଞ୍ଚର ତନାଘନା, ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ଶର୍ମିଷ୍ଠା-ଝୁନାଙ୍କୁ ମୁହାଁମୁହିଁ ଜେରା

କେନ୍ୟୁଜ୍(ବ୍ୟୁରୋ): କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ ତଥ୍ୟ ଯୋଗାଡ଼ କରୁଛି କ୍ରାଇମବ୍ରାଞ୍ଚ । ଶର୍ମିଷ୍ଠା ଓ ଝୁନାଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ରିମାଣ୍ଡରେ ନେଇ ମାରାଥନ୍‌ ଜେରା ଚାଲିଛି । ହତ୍ୟାର କାରଣ ଓ ମେମୋରୀ ଚିପ୍‌ ରହସ୍ୟ ଭେଦିବାକୁ ଦୁହିଁଙ୍କୁ ଗତକାଲି ମୁହାଁମୁହିଁ ବସାଇ ପ୍ରଶ୍ନ ପରେ ପ୍ରଶ୍ନ ପଚାରିଥିଲେ ତଦନ୍ତକାରୀ ଅଫିସର ।

କ୍ରାଇମବ୍ରାଞ୍ଚ ଟିମ୍‌ ମାନସଙ୍କ ଗାଁ ନୟାଗଡ଼ ଜିଲ୍ଲା ରଣପୁରର ଗୋଡ଼ିପୋଖରୀରେ ପହଞ୍ଚି ତନାଘନା କରିଛି। ମେମୋରୀ ଚିପ୍‌ ନେଇ ଖୋଳତାଡ ସହ ମାନସଙ୍କ ପୋଡ଼ା ଚପଲ, ଇଅର ଫୋନ୍‌ର ଯାଞ୍ଚ ଓ ପରିବାର ଲୋକଙ୍କୁ ପଚରାଉଚରା କରିଛି ତଦନ୍ତକାରୀ ଟିମ୍‌ । ମାନସ ସ୍ୱାଇଁଙ୍କୁ ଅପହରଣ ପରେ ହତ୍ୟା କରିଥିବା ମାନିଛନ୍ତି ଅଭିଯୁକ୍ତ ।

କିନ୍ତୁ ଏଯାଏ ଜଣାପଡିନି ହତ୍ୟାର କାରଣ । ଏ ବାବଦରେ ନା ଶର୍ମିଷ୍ଠା କିଛି କହିଛନ୍ତି ନା ନିରଞ୍ଜନ । ମେମୋରୀ କାର୍ଡ ମିଳିଲେ କ୍ୟାମେରାମ୍ୟାନ୍‌ ମର୍ଡର ମିଷ୍ଟ୍ରି ଉପରୁ ଅନେକ ତଥ୍ୟ ବାହାରିଯିବ । ଆବଶ୍ୟକ ପଡ଼ିଲେ ଶର୍ମିଷ୍ଠାଙ୍କ ମିଛଧରା ପରୀକ୍ଷା କରିପାରେ କ୍ରାଇମବ୍ରାଞ୍ଚ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.