ପୁଣି ସଙ୍କଟରେ ଶିମିଳିପାଳ, ଖରା ଦିନ ଆରମ୍ଭ ନହେଉଣୁ ଜଙ୍ଗଲରେ ଲାଗିଲା ନିଆଁ

ଜଳୁଛି ଶିମିଳିପାଳ। ଅଭୟାରଣ୍ୟର ଗୋଟିଏ ରେଞ୍ଜରେ ଲାଗିଛି ନିଆଁ। ନିଆଁ ପୁରା ଜଙ୍ଗଲକୁ ବ୍ୟାପିବାରେ ଲାଗିଛି। ପାଖାପାଖି ଦୁଇ କିଲୋମିଟରରୁ ଅଧିକ ଏରିଆରେ ନିଆଁ ଲାଗିଛି।

କରଞ୍ଜିଆ (କେନ୍ୟୁଜ): ଶିମିଳିପାଳକୁ ବନାଗ୍ନି ସଙ୍କଟ। ହୁତୁ ହୁତୁ ହୋଇ ଜଳୁଛି ଶିମିଳିପାଳ। ଅଭୟାରଣ୍ୟର ଗୋଟିଏ ରେଞ୍ଜରେ ଲାଗିଛି ନିଆଁ। ନିଆଁ ପୁରା ଜଙ୍ଗଲକୁ ବ୍ୟାପିବାରେ ଲାଗିଛି। ରାତିରେ ଶିମିଳିପାଳ ଜଳିବାର ଚିତ୍ର ସାମ୍ନାକୁ ଆସିଛି। ପୋଡାଡିହା ରେଞ୍ଜ ଅଧିନ ଅନନ୍ତପୁର ବିଟ୍‌ ଅଞ୍ଚଳର ଉପର ବାରଡାଙ୍ଗୁଆ, ସାରବସା, ଭୁଣ୍ଡାସାହି, ମାଣିକପୁର, ପଥରଖଣି, ଖଣ୍ଡାଚିରା, ଅନନ୍ତପୁର ଆଦି ଅଞ୍ଚଳରେ ବ୍ୟାପକ ଭାବେ ଲାଗିଛି ନିଆଁ । ପାଖାପାଖି ଦୁଇ କିଲୋମିଟରରୁ ଅଧିକ ଏରିଆରେ ନିଆଁ ଲାଗିଛି।

ଏହା କ୍ଷୀପ୍ର ବେଗରେ ବ୍ୟାପିବାରେ ଲାଗିଛି। ଦିନକ ପୂର୍ବରୁ ମାଣିକପୁର ଅଞ୍ଚଳରେ ନିଆଁ ଏହା ଅନନ୍ତପୁର ବିଟ୍‌ ଅଞ୍ଚଳକୁ ବ୍ୟାପିଛି। କ୍ଷୀପ୍ର ଗତିରେ ନିଆଁ ବ୍ୟାପୁଥିବାରୁ କମ୍‌ ସମୟ ମଧ୍ୟରେ ଅନନ୍ତପୁର ବିଟ୍‌ ଅଞ୍ଚଳର ବହୁ ବଡ ବଡ ଗଛ, ଔଷଧୀୟ ବୃକ୍ଷ ପାଉଁଶ ହୋଇଯାଉଛି। ନିଆଁ ଶିମିଳିପାଳର କୋର ଏରିଆକୁ ମାଡିଛ। ସେପଟେ ନିଆଁକୁ ଆୟତ କରିବାକୁ ବନବିଭାଗ ପକ୍ଷରୁ ଚେଷ୍ଟା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.