Below header

ବାଘ ଛାଲ କାରବାରର ସାଂଘାତିକ ଚିତ୍ର, ଦେଖନ୍ତୁ ଶିକାର ପରେ କେମିତି କଢାଯାଏ ଛାଲ ?

ନୟାଗଡ଼(କେନ୍ୟୁଜ ବ୍ୟୁରୋ): ବାଘ ଛାଲ କାରବାରର ସାଂଘାତିକ ଚିତ୍ର । ବାଘ ଶିକାର ପରେ କେମିତି କଢାଯାଏ ଛାଲ ? କିନ୍ତୁ ଏହାକୁ ସଂପୂର୍ଣ୍ଣ ଦେଖାଇବା ସମ୍ଭବ ନୁହଁ । ତେଣୁ ଛାଲ ଉତାରିବାର ଦୃଶ୍ୟକୁ ଆମେ ସାମାନ୍ୟ ବ୍ଲୋର କରିଛୁ । ଏହି ଚିତ୍ରରେ ରହିଛି କେମିତି ବାଘ ଛାଲ ବାହାର କରାଯାଉଛି । ଯେମିତି ଖାସି ମାଂସ କଟାଯାଏ, ଠିକ୍‌ ସେହିପରି ବାଘ ଦେହରୁ ଉତରା ଯାଉଛି ଛାଲ ।

ବାଘ ଛାଲ ବାହାର କରିବା ପରେ ଆରମ୍ଭ ହୋଇଯାଉଛି ଡିଲ । ବାଘ ଛାଲକୁ ଅଖାରେ ଭର୍ତ୍ତି କରି ଏକ ନିଛାଟିଆ ଅଜ୍ଞାତ ସ୍ଥାନକୁ ଯାଉଛି । ଅନ୍ଧାର କୋଠରୀ ଭିତରେ ହେଉଛି ଡିଲ୍‌ । ଏହି ଘଟଣା ହେଉଛି ନୟାଗଡ଼ ଜିଲ୍ଲାର । କିଛି ଲୋକ ପ୍ରତିନିଧି ମଧ୍ୟ ଏହି ଡିଲ୍‌ରେ ସାମିଲ ହୋଇଥିବା ଜଣାପଡ଼ିଛି । ୧୩ ତାରିଖ ଦିନ ଏସ୍‌ଟିଏଫ୍‌ ହାତରେ ଧରାପଡ଼ିଥିଲା ବେପାରୀ ଲକ୍ଷ୍ମୀଧର ନାୟକ । ଦୁଇଟି ବାଘ ଛାଲ ଜବତ କରିଥିଲା କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.