Below header

ଦାଦାବଟି ପାଇଁ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ: ସିସିଟିଭିରେ କଏଦ ହେଲା ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କ

ଦାଦା ବଟିପାଇଁ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। କେନ୍ଦ୍ରାପଡା ସହରରେ ଦାଦାବଟି ପାଇଁ କିଛି ଦୁର୍ବୃତ୍ତ ଗତକାଲି ବିଳମ୍ବିତ ରାତିରେ ଜଣେ ବ୍ୟବସାୟୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଛନ୍ତି। ଫଳରେ ବ୍ୟବସାୟୀ ଜଣଙ୍କ ଗୁରୁତର ଭବେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି।

କେନ୍ଦ୍ରାପଡା (କେନ୍ୟୁଜ): ଦାଦା ବଟିପାଇଁ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। କେନ୍ଦ୍ରାପଡା ସହରରେ ଦାଦାବଟି ପାଇଁ କିଛି ଦୁର୍ବୃତ୍ତ ଗତକାଲି ବିଳମ୍ବିତ ରାତିରେ ଜଣେ ବ୍ୟବସାୟୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଛନ୍ତି। ଫଳରେ ବ୍ୟବସାୟୀ ଜଣଙ୍କ ଗୁରୁତର ଭବେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କ ସିସିଟିଭିରେ କଏଦ ହୋଇଛି । ଏନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି।

ସୂଚନା ଅନୁସାରେ ଗତକାଲି ରାତି ୯ ଟା ସମୟରେ କପଡ଼ା ସୋ ରୁମର ମାଲିକ ମିର ଖାଦୀମ ବକ୍ସ କ୍ୟାସ କାଉଣ୍ଟରରେ ବସିଥିବା ସମୟରେ କିଛି ମୁଖା ପିନ୍ଧା ଦୁର୍ବୃତ୍ତ ମାନେ ହାତରେ ବାଡ଼ି, ଓ ବିଭିନ୍ନ ମାରଣାସ୍ତ୍ର ଧରି ଗୋଡ଼େଇ ଗୋଡ଼େଇ ଆକ୍ରମଣ କରିଥିଲେ। ଏମିତିକି ଦୁର୍ବୃତ୍ତ ମାନେ କିଛିସମୟ ପାଇଁ ରାସ୍ତାରେ ଆତଙ୍କ ଖେଳାଇଥିଲେ।ଏହା ଦେଖି ଆଖିପାଖରେ ଥିବା ଲୋକମାନେ ଛତ୍ର ଭଙ୍ଗ ଦେଇଥିଲେ। ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରିଛି। ପୂର୍ବରୁ ବ୍ୟବସାୟୀ ଜଣଙ୍କୁ କିଛି ଦୁର୍ବୃତ୍ତ ୧୦ଲକ୍ଷ ଟଙ୍କା ଦାଦା ବଟି ମାଗିଥିଲେ। ଦାଦାବଟି ନଦେବାରୁ ଏହି ଆକ୍ରମଣ ହୋଇଥିବା କୁହାଯାଉଛି। କିନ୍ତୁ ପୋଲିସ କ୍ୟାମେରାରେ କିଛି ନ କହିଲେ ବି ଏହା ବ୍ୟକ୍ତି ଗତ ଶତ୍ରୁତା ବୋଲି କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.