ଓଡିଶା ଯୁବପିଢିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, OPSC ରେ ଖାଲିପଡିଛି ୬୨୧ ଆସିଷ୍ଟାଣ୍ଟ ଇଂଜିନିୟର ପଦବୀ
ବିନା ଆବେଦନ ଶୁଳ୍କରେ କରନ୍ତୁ opsc ରେ ଆବେଦନ । ଖାଲିପଡିଛି ଆସିଷ୍ଟାଣ୍ଟ ଇଂଜିନିୟର ପଦବୀ । ଇଚ୍ଛୁକ ପ୍ରାର୍ଥୀ ଅନ୍ଲାଇନ୍ ମାଧ୍ୟମରେ ଏହାର ଅଫିସିଆଲ ୱେବସାଇଟ୍ www.opsc.gov.in. କୁ ଯାଇ ନାମ ରେଜିଷ୍ଟ୍ରେସନ କରିବା ସହ ଚାକିରି ପାଇଁ ଆବେଦନ କରିପାରିବେ ।
ଓଡିଶାରେ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର । OPSC ପକ୍ଷରୁ ବାହାରିଲା ଆସିଷ୍ଟାଣ୍ଟ ଇଂଜିନିୟର ଚାକିରି ପଦବୀ । ଇଚ୍ଛୁକ ପ୍ରାର୍ଥୀ ଅନ୍ଲାଇନ୍ ମାଧ୍ୟମରେ ଏହାର ଅଫିସିଆଲ ୱେବସାଇଟ୍ www.opsc.gov.in. କୁ ଯାଇ ନାମ ରେଜିଷ୍ଟ୍ରେସନ କରିବା ସହ ଚାକିରି ପାଇଁ ଆବେଦନ କରିପାରିବେ ।
ପଦବୀ ବିବରଣୀ : ୬୨୧
ସିଭିଲି ଇଂଜିନିୟର : ୫୮୦
ମେକାନିକାଲ ଇଂଜିନିୟର : ୪୧
ଜରୁରୀ ତାରିଖ : ଆବେଦନ କରିବାର ତାରିଖ ୧୨ ଜାନୁଆରୀ ୨୦୨୪ରୁ ଆରମ୍ଭ ହେବାକୁ ଥିବା ବେଳେ ଶେଷ ୧୨ ଫେବୃଆରୀ ୨୦୨୪ରେ ହେବ ।
ବୟସ ସୀମା : ଆବେଦକାରୀଙ୍କ ବୟସ ୨୦୨୩ ଜାନୁଆରୀ ୧ ତାରିଖ ସୁଦ୍ଧା ୨୧ରୁ ୩୮ ମଧ୍ୟରେ ହୋଇଥିବା ଆବଶ୍ୟକ ।
ଶିକ୍ଷାଗତ ଯୋଗ୍ୟତା : ଆସିଷ୍ଟାଣ୍ଟ ସିଭିଲ ଇଂଜିନିୟର ପାଇଁ ଆବେଦନକାରୀଙ୍କ ପାଖରେ ସରକାରୀ ସ୍ୱୀକୃତି ପ୍ରାପ୍ତ ଡିଗ୍ରୀ ସାର୍ଟିଫିକେଟ ରହିଥିବା ନିହାତି ଆବଶ୍ୟକ । GATE ପରୀକ୍ଷା ମାଧ୍ୟମରେ ଆବେନକାରୀଙ୍କ ପରୀକ୍ଷା କରାଯିବ । ରେଜଲ୍ଟ ଅନୁଯାୟୀ ସେମାନଙ୍କୁ ଭାଇଭା ବା ଇଣ୍ଟରଭ୍ୟୁ ପାଇଁ ଡକାଯିବ ।
ଆବେଦନ ଶୁଳ୍କ : ଏଥିପାଇଁ କୌଣସି ଆବେଦନ ଶୁଳ୍କ ଦେବାକୁ ହେବ ନାହିଁ ।
କେମିତି କରିବେ ଆବେଦନ :
ଏହାର ଅଫିସିଆଲ ୱେବସାଇଟ୍ opsc.gov.in କୁ ଯିବେ ।
ହୋମ୍ ପେଜରେ ଲେଖାଥିବା ‘APPLY ONLINE’ ଉପରେ କ୍ଲିକ୍ କରିବେ ।
ତା’ପରେ ରେଜିଷ୍ଟର ଆଣ୍ଡ ପ୍ରୋସିଡକୁ ଯିବେ ।
ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପ୍ଲୋଡ୍ କରି ସବିମିଟ୍ କରିବେ ।
ଶେଷରେ ଏହାର ଏକ ପ୍ରିଣ୍ଟ ଆଉଟ୍ କାଢ଼ି ପାଖରେ ରଖିବେ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।