ଜମିଜମା ବିବାଦରୁ ରାଉରକେଲାରେ ଗୁଳିମାଡ, ଯୁବ ଠିକାଦାର ଆହତ

ରାଉରକେଲା(କେନ୍ୟୁଜ୍): ରାଉରକେଲାରେ ଗୁଳିମାଡ । ଜମିଜମା ବିବାଦରୁ ଗୁଳିମାଡ ହୋଇଥିବା ସୂଚନା । ଗୁଳିମାଡରେ ଜଣେ ଯୁବ ଠିକାଦାର ଆହତ ହୋଇଛନ୍ତି । ଆହତ ଠିକାଦାର ଝିରିପାଣି ଥାନା ଝରଆଟୋଲା ଅଞ୍ଚଳର ବାଞ୍ଛାନିଧି ତନ୍ତୀ । ବାଞ୍ଛାନିଧିଙ୍କ ଜଂଘରେ ଗୋଟିଏ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ବାଞ୍ଛାନିଧିଙ୍କୁ ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଛି ।

ଘଟଣାରେ ଜଣେ ପୂର୍ବତନ ସରପଞ୍ଚଙ୍କ ସମ୍ପର୍କୀୟଙ୍କ ସଂପୃକ୍ତି ଥିବାଂ ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ଏସପି ମୁକେଶ କୁମାର ଭାମୁ, ଅତିରିକ୍ତ ଏସପି ସଂଗ୍ରାମ କେଶରୀ ବେହେରା, ଝିରିପାଣି ଥାନା ଆଇଆଇସି ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ କରୁଛନ୍ତି । ଘଟଣାସ୍ଥଳରୁ ଗୋଟିଏ ଜୀବନ୍ତ ଗୁଳି, ଗୋଟିଏ ଖୋକା ଜବତ କରିଛି ପୋଲିସ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.