ଶ୍ରୀୟା ମିଶ୍ରଙ୍କ ବିସ୍ଫୋରକ ବୟାନ, ମଦ ପିଇ ମାରପିଟ୍ କରୁଥିଲେ ହ୍ୟୁମାନ ସାଗର

ପୁରୀ(କେନ୍ୟୁଜ୍):ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଗୁମର ଖୋଲିଲେ ପତ୍ନୀ ଶ୍ରୀୟା ମିଶ୍ର । ମିଡିଆ ଆଗରେ ପ୍ରଥମ ଥର ମୁହଁ ଖୋଲିଲେ । ଶ୍ରୀୟା କହିଛନ୍ତି ନିର୍ଯାତନାର ଗୋଟି ଗୋଟି କଥା । କାହିଁକି, କେବେଠାରୁ ଓ କିଭଳି ନିର୍ଯାତନା ଦିଆଯାଉଥିବା ଖୁଲାସା କରିଛନ୍ତି ଶ୍ରୀୟା । ହ୍ୟୁମାନ ମଦ ପିଇ ତାଙ୍କୁ ପ୍ରବଳ ମାଡ଼ ମାରନ୍ତି । ଶାରୀରିକ ଓ ମାନିସିକ ନିର୍ଯାତନା ଦେଉଥିଲେ । ଶାଶୁ ତାଙ୍କୁ କୌଣସି ଶାରୀରିକ ନିର୍ଯାତନା ଦେଇ ନାହାନ୍ତି । କେବଳ ହ୍ୟୁମାନ ଦେଇଛନ୍ତି ।

ତାଙ୍କର ହାତ, ଗୋଡ଼ ଓ ମୁହଁକୁ ମାଡ଼ ମାରିଛନ୍ତି ହ୍ୟୁମାନ । ଅନେକ ସ୍ଥାନରେ ମାଡ଼ ମାରିବା ଚିହ୍ନ ରହିଛି । ସ୍ୱାମୀଙ୍କ ନିର୍ଯାତନା ଅସହ୍ୟ ହେବାରୁ ଥାନାର ଦ୍ୱାରସ୍ଥ ହେଲେ ବୋଲି କହିଛନ୍ତି ଶ୍ରୀୟା । ମଦ୍ୟପାନ ପାଇଁ ବାରଣ କରୁଥିବାରୁ ମାରପିଟ କରୁଥିଲେ । ଝିଅର କୌଣସି ଦାୟିତ୍ୱ ନେଉ ନଥିଲେ ହ୍ୟୁମାନ । ଏଥିସହ ଦାମ୍ପତ୍ୟ ଜୀବନରେ ଅଶାନ୍ତିର କାରଣ ଜଣେ ଥାର୍ଡ ପର୍ସନ ବୋଲି ଖୁଲାସା କରିଛନ୍ତି ଶ୍ରୀୟା । ତେବେ କିଏ ସେହି ଥାର୍ଡ ପର୍ସନ । ତାଙ୍କ ନାଁ କି ତାଙ୍କ ସମ୍ପର୍କରେ କୌଣସି ସୂଚନା ଦେଇ ନାହାନ୍ତି । ଶ୍ରୀୟା କହିଛନ୍ତି, ସେ ବୁଝାମଣା ପାଇଁ ପ୍ରସ୍ତୁତ ଅଛନ୍ତି । ସଂସାର ବସିଯାଉ ସେ ଚାହୁଁଛନ୍ତି । କିନ୍ତୁ ହ୍ୟୁମାନଙ୍କ ପରିବାର ଚାହୁଁ ନଥିବା କହିଛନ୍ତି ଶ୍ରୀୟା । ଆଗକୁ ପତି-ପତ୍ନୀ ବିବାଦ କି ମୋଡ଼ ନେବା ତାଉପରେ ସମସ୍ତଙ୍କର ନଜର ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.