ମହା ଆଡମ୍ବରରେ ପାଳିତ ହେଲା ଶ୍ରୀଶ୍ରୀ ଗୌରୀଆମ୍ମାଙ୍କ ଯାତ୍ରା, ଦେବାଙ୍ଗୁଲୁ ସଂପ୍ରଦାୟ ଦ୍ୱାରା ହେଲା ପୂଜାର୍ଚ୍ଚନା

ହବିଷ୍ୟାଳିମାନେ ଧର୍ମ ମାସ କାର୍ତ୍ତିକ ମାସରେ ବିଭିନ୍ନ ଦେବାଦେବୀଙ୍କ ଆଶିଷ ଭିକ୍ଷା କରିବା ପାଇଁ ପୂଜା କରନ୍ତି । ଏହି ପରିପ୍ରେକ୍ଷୀରେ ଚଳିତ ମାସ ପୋଲସରାରେ ଶ୍ରୀଶ୍ରୀ ଗୌରୀଆମ୍ମାଙ୍କ ବାର୍ଷିକ ନଗର ପରିକ୍ରମା ମହା ଆଡମ୍ବରରେ ଆୟୋଜିତ ହୋଇଯାଇଛି ।

ହିନ୍ଦୁ ଧର୍ମରେ ଅନେକ ପର୍ବ ପାଳନ କରାଯାଏ । ଓଡ଼ିଶାର ପର୍ବ ପର୍ବାଣୀ ମଧ୍ୟ ଭିନ୍ନ । ପ୍ରତ୍ୟେକ ଜିଲ୍ଲାର ଗାଁ ଗାଁରେ ରହିଛି କିଛି ନା କିଛି ସ୍ୱତନ୍ତ୍ର ପୂଜା । ଯାହାକୁ ବଡ଼ ଧୁମଧାମରେ ପାଳନ କରନ୍ତି ଏଠାକାର ଗାଁ ଲୋକେ । ତେବେ ବର୍ତ୍ତମାନ ଚାଲିଛି ପବିତ୍ର କାର୍ତ୍ତିକ ମାସ । ଏହି ମାସ ଏତେ ପବିତ୍ର ଯେ ଏହି ମାସରେ ଦେବାଦେବୀଙ୍କୁ ପୂଜା କଲେ ସମସ୍ତ ମନସ୍କାମନା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି । ତେବେ କାର୍ତ୍ତିକ ମାସରେ ଓଡ଼ିଶାର ଗଳି କନ୍ଦିରେ ପୂଜାର ମହକ ଆସେ । ହବିଷ୍ୟାଳିମାନେ ଧର୍ମ ମାସ କାର୍ତ୍ତିକ ମାସରେ ବିଭିନ୍ନ ଦେବାଦେବୀଙ୍କ ଆଶିଷ ଭିକ୍ଷା କରିବା ପାଇଁ ପୂଜା କରନ୍ତି । ଏହି ପରିପ୍ରେକ୍ଷୀରେ ଚଳିତ ମାସ ପୋଲସରାରେ ଶ୍ରୀଶ୍ରୀ ଗୌରୀଆମ୍ମାଙ୍କ ବାର୍ଷିକ ନଗର ପରିକ୍ରମା ମହା ଆଡମ୍ବରରେ ଆୟୋଜିତ ହୋଇଯାଇଛି ।

ମା’ ଗୌରୀଆମ୍ମାଙ୍କ ପ୍ରତିମା ନିର୍ମାଣ ପରେ ଦେବାଙ୍ଗୁଲୁ ସଂପ୍ରଦାୟ ଦ୍ୱାରା ବିଧିପୂର୍ବକ ପୂଜାର୍ଚ୍ଚନା ସହ ନଗର ପରିକ୍ରମା କରାଯାଇଥିଲା । ବିଭିନ୍ନ ସାହି ତରଫରୁ ଏହି ଯାତ୍ରାରେ ସାମିଲ ହୋଇଥିବା ବିଭିନ୍ନ କଳାକୁଞ୍ଜ ଯାତ୍ରାର ଆକର୍ଷଣ ସାଜିଥିଲା । ପ୍ରତ୍ୟେକ ସାହି ବାସିନ୍ଦା ମାଆଙ୍କୁ ପାଛୋଟି ନେବା ସହ ନଗର ପରିଭ୍ରମଣ କରିଥିଲେ । ମା’ଙ୍କ ଏହି ଯାତ୍ରାରେ ସାମିଲ ହେବା ପାଇଁ ଦୂର ଦୂରାନ୍ତରରୁ ଭକ୍ତମାନେ ଆସିଥିବା ଦେଖାଯାଇଛି । ମା’ଙ୍କ ଏହି ଯାତ୍ରାର ରହିଛି ଭିନ୍ନ ମହତ୍ତ୍ୱ । ମା’ଙ୍କ ଉପରେ ଭକ୍ତଙ୍କ ଅଗାଢ଼ ବିଶ୍ୱାସ ପାଇଁ ଏହି ଯାତ୍ରା ବଡ଼ ଧୁମଧାମରେ ପାଳନ କରାଯାଏ । ଶ୍ରଦ୍ଧାଳୁମାନେ ମା’ଙ୍କୁ ନିଜ ମୁଣ୍ଡ ଉପରେ ବସାଇ ନଗର ପରିକ୍ରମା କରନ୍ତି । ସନ୍ଧ୍ୟା ହେଲେ ଗୌରୀଆମ୍ମାଙ୍କ ଯାତ୍ରାର ଆସର ଜମେ । ଦୀର୍ଘ ବର୍ଷ ଧରି ପାଳନ ହୋଇ ଆସୁଥିବା ଏହିି ଯାତ୍ରାକୁ ଦେଖିବା ପାଇଁ ଲୋକଙ୍କ ସୁଅ ଛୁଟେ । ତେବେ ମହାସମାରୋହରେ ପାଳିତ ହୋଇଛି ଏହି ଯାତ୍ରା । ଏହି ଯାତ୍ରାରେ ଶ୍ରଦ୍ଧାଳୁ ମାନେ ଦେବୀଙ୍କ ଦର୍ଶନର ଲାଭ ନିଅନ୍ତି । ଏହି ସମୟରେ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥାଏ ।

କୀର୍ତ୍ତନ ସହ ମୃଦଙ୍ଗ ତାଳେ ତାଳେ ଖୁବ ଧୁମଧାମରେ ଏହି ଯାତ୍ରା ପାଳିତ ହୋଇଛି । ତେବେ ଦୁଇଦିନର ନଗର ପରିକ୍ରମା ପରେ ମାଆଙ୍କ ପ୍ରତିମୂର୍ତ୍ତିକୁ ବିସର୍ଜନ କରାଯାଇଛି । ବାର୍ଷିକ ଅନ୍ତରରେ ଥରେ ପାଳନ କରାଯାଉଥିବା ଏହି ଯାତ୍ରାର କଳେବର ବୃଦ୍ଧି ପାଉଥିବା ବେଳେ ମା’ଙ୍କ ଏହି ଯାତ୍ରା ଦେଖିବା ପାଇଁ ସବୁ ବର୍ଗର ଲୋକ ଏଠାକୁ ଆସିଥାନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.