ଶ୍ରୀମନ୍ଦିର ରୋଷଘର ଚୁଲି ଭାଙ୍ଗିବା ମାମଲା: କେସ୍‌ ଡାଏରି ଦାଖଲ ପାଇଁ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ(କେନ୍ୟୁଜ୍):ଶ୍ରୀମନ୍ଦିର ରୋଷଘର ଚୁଲି ଭାଙ୍ଗିବା ମାମଲାରେ ଗିରଫ ଅଭିଯୁକ୍ତ ଜଗନ ମହାପାତ୍ରଙ୍କ ଜାମିନ ଆବେଦନର ଶୁଣାଣି ହୋଇଛି । ସରକାରଙ୍କୁ କେସ୍‌ ଡାଏରି ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଜଗନର ଜାମିନ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଜୁଲାଇ ୭କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି । ଏପ୍ରିଲ ୨ ତାରିଖ ବିଳମ୍ବିତ ରାତିରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି ଜଗନ ରୋଷଘରେ ପ୍ରବେଶ କରି ୪୩ଟି ଚୁଲି ଭାଙ୍ଗିଥିବା ନେଇ ଅଭିଯୋଗ ହୋଇଥିଲା । ଏ ନେଇ ସିଂହଦ୍ଵାର ଥାନା ପୁଲିସ ମାମଲା ରୁଜୁ କରି ଜଗନକୁ ଗିରଫ କରି ୬ରେ କୋର୍ଟ ଚାଲାଣ କରିଥିଲା । ପୁରୀ ଜିଲ୍ଲା ଓ ଦୌରା ଜଜଙ୍କ ଅଦାଲତରେ ମେ ୪ ତାରିଖରେ ଜଗନର ଜାମିନ ଆବେଦନ ଖାରଜ ହୋଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.