ଆପଣଙ୍କ ଚାଲିବା ଷ୍ଟାଇଲ କୁହେ ଆପଣଙ୍କ ସ୍ୱଭାବ ଓ ବ୍ୟକ୍ତିତ୍ୱ, ଜାଣନ୍ତୁ କେମିତି

ଜ୍ୟୋତିଷ ଶାସ୍ତ୍ର ମଧ୍ୟରେ ରହିଛି ସାମୁଦ୍ରିକ ଶାସ୍ତ୍ର। ଯାହା ବ୍ୟକ୍ତିର ଶରୀରର ଅଙ୍ଗ ପ୍ରତ୍ୟଙ୍ଗର ତଆରି, ରଙ୍ଗ, ବ୍ୟକ୍ତିର ଭାବଭଙ୍ଗୀ, ଚାଲିଚାଳନ, ସ୍ୱଭାଗ, ଗୁଣ ଏବଂ ଭବିଷ୍ୟ ସହିତ ଜଡିତ ଅନେକ କଥା ଜାଣିହୋଇପାରିବ। ଶାସ୍ତ୍ର ପୁରାଣ ମଧ୍ୟରେ ସାମୁଦ୍ରିକ ଶାସ୍ତ୍ରର ଅଧିକ ଗୁରୁତ୍ୱ ରହିଛି। ଏହି ଶାସ୍ତ୍ରରେ ଶରୀରର ଗଠନରୁ ବ୍ୟକ୍ତିଙ୍କ ବ୍ୟକ୍ତିତ୍ୱ କେମିତି ହୋଇଥାଏ, ସେ ବିଷୟରେ ବର୍ଣ୍ଣନା କରାଯାଇଛି। ଶରୀରର ପ୍ରତ୍ୟେକ ଅଙ୍ଗ ବିଷୟରେ ଏହି ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି ତେବେ ଆଜି ଆମେ ସେହି ସାମୁଦ୍ରିକ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ଚାଲିବାର ଷ୍ଟାଇଲରୁ ହିଁ ବ୍ୟକ୍ତିର ବ୍ୟକ୍ତିତ୍ୱ କିଭଳି ତାହା ଜାଣିହୋଇପାରିବ।

ଛାତି ଠେଲି ଚାଲୁଥିବା ବ୍ୟକ୍ତି :

ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ, ଯେଉଁ ଲୋକ ଛାତି ଠେଲି ଏବଂ ବେକୁ ଗୋଟେ ଦିଗରେ କରି ଚାଲିଥାଏ। ସେମାନେ ପ୍ରତି କାମକୁ ବହୁତ ହଡବଡେଇ କରିଥାନ୍ତି। ଏମାନେ କୌଣସି ପରିସ୍ଥିତିରେ ମଧ୍ୟ ବଡ ସହଜରେ ନିଜାତ ପାଇଯାଆନ୍ତି।

କାନ୍ଧକୁ ତଳକୁ କରି ଚାଲୁଥିବା ବ୍ୟକ୍ତି :

କାନ୍ଧକୁ ତଳକୁ ଝୁଲାଇ ଚାଲୁଥିବା ବ୍ୟକ୍ତି ପ୍ରତି କାମରେ ଆଗେଇ ଆସନ୍ତି। କିନ୍ତୁ ସେମାନଙ୍କୁ ନିଜ ପରିଶ୍ରମ ଅନୁଯାୟୀ ଫଳ ମିଳିନଥାଏ। ଏମିତି ଚାଲୁଥିବା ଲୋକ ଜୀବନ ସାରା ନିଜ ସୁଖ ସୁବିଧା ପାଇଁ ଲାଗିଥାନ୍ତି।

ଧୀରେ ଧୀରେ ଚାଲୁଥିବା ଲୋକ :

ଯେଉଁ ଲୋକ ଧୀରେ ଧୀରେ ଚାଲନ୍ତି, ସେମାନେ ସ୍ୱଭାବରେ ବହୁତ ଗର୍ବୀ ହୋଇଥାନ୍ତି। ସେମାନେ ଏକୁଟିଆ ରହିବା ପାଇଁ ପସନ୍ଦ କରନ୍ତି। ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଏପରି ଚାଲୁଥିବା ଲୋକ ଦେଖାଣିଆ କାମ କରିବାକୁ ଭଲ ପାଆନ୍ତି।

walking 1
Photo credit: Teller report

ହାତ ହଲାଇ ଚାଲୁଥିବା ଲୋକ :

ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ହାତ ଅଧିକ ହଲାଇ ଚାଲିଛି, ସେମାନେ ସବୁ କାମକୁ ବହୁତ ଶୀଘ୍ର କରିଦିଅନ୍ତି। ଏପରି ମହିଳାମାନେ ବଡ ବଡ ବଡ କାମକୁ ବହୁତ ସହଜରେ କୁଶଳତା ସହିତ କରନ୍ତି।

You might also like