କେବେ ସୁରକ୍ଷିତ ହେବ ହାତୀ ପଲ? ଯୋଡ଼ା ନିକଟରେ ମାଲବାହୀ ଟ୍ରେନ୍‌ ଧକ୍କାରେ ମା’ ସହ ୨ ଛୁଆ ହାତୀ ମୃତ

ବାଂଶପାଳ(କେନ୍ୟୁଜ୍): ହାତୀଙ୍କ ଉପରେ ମାଡିଗଲା ଟ୍ରେନ୍‌ । ମା’ ସହ ୨ ଛୁଆ ହାତୀ ମୃତ । କେନ୍ଦୁଝର ଯୋଡା ସେକ୍ସନ ବେହେରା ହଟିଂ ନିକଟରେ ଦୁର୍ଘଟଣା । ଏକ ୨୨ଟିିକିଆ ହାତୀପଲ ରେଳଲାଇନ ପାର ହେଉଥିଲା ବେଳେ ଧକ୍କା ଦେଇଥିଲା ମାଲବାହୀ ଟ୍ରେନ୍‌ । ଗତକାଲି ଗୋଟିଏ ହାତୀର ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ଭୋରରେ ଆଉ ଦୁଇ ଆହତ ଛୁଆ ହାତୀଙ୍କ ମୃତ୍ୟୁ ହୋଇଛି ।

ଏନେଇ ସୂଚନା ଦେଇଛନ୍ତି କେନ୍ଦୁଝର ଡିଏଫଓ । ମୃତ ହାତୀଙ୍କୁ ଘେରି ରହିଛନ୍ତି ହାତୀପଲ । ଫଳରେ ରେସକ୍ୟୁ କରିବାରେ ବାଧା ଦେଖାଦେଇଛି । ଘଟଣାସ୍ଥଳରେ ବନବିଭାଗ ଓ ରେଳବାଇ ଅଧିକାରୀ ଉପସ୍ଥିତ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.